ସହରାଞ୍ଚଳ ଜଳ ପରିଚାଳନା: ସହଯୋଗ କରିବ ଅଷ୍ଟ୍ରେଲିଆ

Advertisment
ବଡ଼ଚଣା ବ୍ଲକ ପାନୀୟଜଳ ଯୋଗାଣ କେଳେଙ୍କାରୀ: ନିଲମ୍ବିତ ୨ ପିଇଓଙ୍କ ଖାତାରେ କୋଟିଏ ଟଙ୍କାର ଜାଲିଆତି!

Syllad

ଭୁବନେଶ୍ବର : ଭାରତ ସରକାରଙ୍କ ଗୃହ ଓ ସହରାଞ୍ଚଳ ବ୍ୟାପର ମନ୍ତ୍ରଣାଳୟ (ଏମ୍‌ଓଏଚ୍‌ୟୁଏ) ଓ ଅଷ୍ଟ୍ରେଲିଆ ସରକାରଙ୍କ ବିଦେଶ ବ୍ୟାପାର ଓ ବାଣିଜ୍ୟ (ଡିଏଫ୍‌ଏଟି) ବିଭାଗ ମଧ୍ୟରେ ସହରାଞ୍ଚଳ ଜଳ ପରିଚାଳନା ଉପରେ ହୋଇଥିବା ବୈଷୟିକ ସହଯୋଗ ସଂକ୍ରାନ୍ତ ବୁଝାମଣାକୁ ଆଜି କେନ୍ଦ୍ର କ୍ୟାବିନେଟ ବୈଠକ ଅନୁମୋଦନ ଦେଇଛି। ଏହି ଏମ୍‌ଓୟୁ ଡିସେମ୍ବର ୨୦୨୧ରେ ସ୍ୱାକ୍ଷରିତ ହୋଇଥିଲା।

ସହରାଞ୍ଚଳ ଜଳ ସୁରକ୍ଷା କ୍ଷେତ୍ର ନିରାପତ୍ତା ଏହି ବୁଝାମଣାପତ୍ର ସ୍ୱାକ୍ଷର ଯୋଗୁ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ମଜବୁତ ହେବ । ଏହା ପ୍ରତ୍ୟେକ ସ୍ତରରେ ସହରୀଜଳ ପରିଚାଳନାର ଆନୁଷ୍ଠାନିକ ସାମର୍ଥ୍ୟକୁ ମଜବୁତ କରିବା ସହ ଉପଲବ୍ଧତା, ଜଳର ଗୁଣାତ୍ମକ ଓ ପରିମଳ ସେବାକୁ ଉନ୍ନତ କରିବ । ଏହା ଜଳ ଓ ଜଳ ଉପଲବ୍ଧ ନଗରୀରେ ଚକ୍ରୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ସହ ଜଳବାୟୁ ଅନୁକୂଳ ନମନୀୟ ଜଳ ପରିଚାଳନାକୁ ଉତ୍ସାହିତ କରିବ । ଜଳ ପରିଚାଳନାରେ ଗୋଷ୍ଠୀ ସହଯୋଗ ବୃଦ୍ଧି କରିବା ଓ ଉପଲବ୍ଧ ଭିତ୍ତିଭୂମି ସାମାଜିକ ଅନ୍ତର୍ଭୁକ୍ତୀକରଣ ମଧ୍ୟ ବୃଦ୍ଧି ପାଇବ। ବୁଝାମଣାପତ୍ର ସନନ୍ଦ ଯୋଗୁ ଉଭୟପକ୍ଷ ଏ କ୍ଷେତ୍ରରେ ବିଭିନ୍ନ ବୈଷୟିକ ବ୍ୟାପାର ନେଇ ଅବଗତ ହେବା ସହ ବିଭିନ୍ନ ଶିକ୍ଷଣୀୟ ବିଷୟ ଉପରେ ପରସ୍ପର ମତ ବିନିମୟ କରିପାରିବେ । ଏହା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ସହାୟକ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe