ଉରି : ଆତଙ୍କବାଦୀଙ୍କ ଠାରୁ ଏକେ ୪୭ ରାଇଫଲ, ମାଗାଜିନ, ହେଣ୍ଡ ଗ୍ରିନେଡ ଜବତ, ଅସ୍ତ୍ରଶସ୍ତ୍ରରେ ପାକିସ୍ତାନ ବ୍ରାଣ୍ଡର ଚିହ୍ନ

ଉରି : ଆତଙ୍କବାଦୀଙ୍କ ଠାରୁ ଏକେ ୪୭ ରାଇଫଲ, ମାଗାଜିନ, ହେଣ୍ଡ ଗ୍ରିନେଡ ଜବତ, ଅସ୍ତ୍ରଶସ୍ତ୍ରରେ ପାକିସ୍ତାନ ବ୍ରାଣ୍ଡର ଚିହ୍ନ
ଉରି: ଉରି ଆକ୍ରମଣ ବର୍ଷକ ପରେ ଆତଙ୍କବାଦୀ ପୁଣିଥରେ ଉରିରେ ବଡଧରଣର ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ। ଯାହାକୁ ଭାରତୀୟ ସେନା ଅସଫଳ କରିଦେଇଛି। ରବିବାର ଆତଙ୍କବାଦୀ ଉରିର କଲଗାଇ ଅଞ୍ଚଳରେ ଥିବା ସୂଚନା ପାଇବା ମାତ୍ରେ ଅପରେସନ୍‌ ଆରମ୍ଭ ହୋଇଥିଲା।  ଆତଙ୍କବାଦୀ ଓ ସେନା ମଧ୍ୟରେ ଅପରେସନ୍‌ରେ ଚାଲିଥିଲା। ଏହି ଅପରେସନ୍‌ରେ ଚାରି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ମୃତ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେନା ଜବତ କରିଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ଏକେ ୪୭, ମାଗାଜିନ୍‌, ଗୋଳା-ବାରୁଦ ଓ ହେଣ୍ଡ ଗ୍ରିନେଡ ସାମିଲ ରହିଛି। ମୃତ ଆତଙ୍କବାଦୀଙ୍କ ଅସ୍ତ୍ରଶସ୍ତ୍ରରେ ପାକିସ୍ତାନ ବ୍ରାଣ୍ଡର ଚିହ୍ନ ଥିବା ଦେଖିବାକୁ ମିଳିଥିଲା। 
 
ଭାରତୀୟ ସେନା ଅଧିକାରୀ ହରପ୍ରୀତ ସିଂହ ସୋମବର କହିଛନ୍ତି, ଉରି ଏଯାବତ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ସେନା ସମ୍ପୂର୍ଣ୍ଣ ଉରିକୁ ଛାନ୍‌ଭିନ୍‌ କରୁଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe