ଯୁକ୍ତରାଷ୍ଟ୍ର ଆମେରିକା: ଦେନ୍‌ବର୍‌ ସ୍କୁଲ୍‌ ଗୁଳିକାଣ୍ଡ; ୧ ମୃତ, ୭ ଛାତ୍ର ଆହତ, ୨ ସନ୍ଦିଗ୍ଧ ହାଜତରେ

ଯୁକ୍ତରାଷ୍ଟ୍ର ଆମେରିକା: ଦେନ୍‌ବର୍‌ ସ୍କୁଲ୍‌ ଗୁଳିକାଣ୍ଡ; ୧ ମୃତ, ୭ ଛାତ୍ର ଆହତ, ୨ ସନ୍ଦିଗ୍ଧ ହାଜତରେ

Image Source: Chicago Tribune

ଦେନ୍‌ବର୍‌: ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର କଲରାଡୋ ରାଜ୍ୟ ଅନ୍ତର୍ଗତ ଦେନ୍‌ବର୍‌ ଉପନଗରୀସ୍ଥିତ ଏକ ସ୍କୁଲ୍‌ରେ ଗୁଳିକାଣ୍ଡ ଯୋଗୁଁ ଜଣେ ଛାତ୍ର ନିହତ ହେବା ସହ ଅନ୍ୟ ୭ ଜଣ ସାଙ୍ଘାତିକ ଆହତ ହୋଇଛନ୍ତି। ଏ ସଂକ୍ରାନ୍ତରେ ଦୁଇ ଜଣ ପୁରୁଷ ସନ୍ଦିଗ୍ଧ- ଜଣେ ପ୍ରାପ୍ତବୟସ୍କ ଓ ଜଣେ ନାବାଳକଙ୍କୁ ହାଜତକୁ ନିଆଯାଇଥିବା କଥା ସରକାରୀ କର୍ତ୍ତୃପକ୍ଷ କହିଛନ୍ତି।

୧୮୦୦ରୁ ଊର୍ଦ୍ଧ୍ୱ ପିଲା ଥିବା ହାଇଲାଣ୍ଡ୍‌ସ୍‌ ରାଞ୍ଚ୍‌ର ଏସ୍‌ଟିଇଏମ୍‌ ସ୍କୁଲ୍‌ରେ ଅପରାହ୍ଣ ପ୍ରାୟ ୨ଟା ପାଖାପାଖି ଗୁଳିକାଣ୍ଡ ଆରମ୍ଭ ହୋଇଥିଲା। ବନ୍ଧୂକଧାରୀମାନେ ସ୍କୁଲ୍‌ ପରିସରକୁ ପ୍ରବେଶ କରି ସ୍କୁଲ୍‌ ଅଭ୍ୟନ୍ତରକୁ ଯାଇ ଦୁଇଟି ଜାଗାରେ ପିଲାମାନଙ୍କ ଉପରକୁ ଗୁଳି ଚଳାଇଥିଲେ।

୭ କିଂବା ୮ ଜଣ ପିଲା ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ଦୁଇଜଣ ବ୍ୟକ୍ତିଙ୍କୁ ହାଜତକୁ ନିଆ ଯାଇଛି। ଏହି ଗୁଳିକାଣ୍ଡରେ ଜଣେ ୧୮ ବର୍ଷିୟ ଛାତ୍ର ନିହତ ହୋଇଛନ୍ତି ବୋଲି ପରେ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

ପିଲାମାନଙ୍କୁ ସେମାନଙ୍କର ଅଭିଭାବକମାନଙ୍କ ସହ ଭେଟ କରାଯିବା ପ୍ରକ୍ରିୟା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe