ଲାସ୍‌ ଭେଗସ୍‌ ବିମାନ ବନ୍ଦରରେ ଧକ୍କା ଖାଇଲେ ୨ଟି ବିମାନ; ୪ଜଣଙ୍କ ମୃତ୍ୟୁ

Advertisment
ଲାସ୍‌ ଭେଗସ୍‌ ବିମାନ ବନ୍ଦରରେ ଧକ୍କା ଖାଇଲେ ୨ଟି ବିମାନ; ୪ଜଣଙ୍କ ମୃତ୍ୟୁ

Image Courtesy of ABC News

ଲାସ୍‌ ଭେଗସ୍‌: ରବିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଉତ୍ତର ଲାସ୍‌ ଭେଗସ୍‌ ବିମାନ ବନ୍ଦରରେ ୨ଟି କ୍ଷୁଦ୍ର ବିମାନ ପରସ୍ପର ସହିତ ଧକ୍କା ଖାଇବାରୁ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

‘ଫେଡେରାଲ୍‌ ଏଭିଏସନ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ (ଏଫ୍‌ଏଏ) କହିଛି, ଗୋଟାଏ ‘ସିଙ୍ଗ୍‌ଲ୍‌-ଇଞ୍ଜିନ୍‌ ପାଇପର୍‌ ପିଏ-୪୬’ ଏବଂ ଆଉ ଗୋଟାଏ ‘ସିଙ୍ଗ୍‌ଲ୍‌ ଇଞ୍ଜିନ୍ ସେସ୍‌ନ ୧୭୨’ ବିମାନ ରବିବାର ମଧ୍ୟାହ୍ନ ସମୟରେ ପରସ୍ପରକୁ ଧକ୍କା ଦେଇଥିଲେ।

ଦୁର୍ଘଟଣା ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ‘ଏଫ୍‌ଏଏ’ କହିଛି: ‘ପାଇପର୍‌ ପିଏ-୪୬’ ଅବତରଣ କରିବା ନିମନ୍ତେ ପ୍ରସ୍ତୁତି କରୁଥିବା ବେଳେ ‘ସେସ୍‌ନ ୧୭୨’ ସହିତ ଧକ୍କା ଖାଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳୁଛି।

publive-image Image Courtesy of New York Post

ଧକ୍କା ଦେବା ପରେ ‘ପାଇପର୍‌’ ବିମାନଟି ରନ୍‌ୱେ ୩୦-ରାଇଟ୍‌ର ପୂର୍ବକୁ ଥିବା ପଡ଼ିଆରେ ଖସିପଡ଼ିଥିଲା ଏବଂ ‘ସେସ୍‌ନ’ ବିମାନଟି ଗୋଟାଏ କୃତ୍ରିମ ଜଳାଶୟରେ ପଡ଼ିଥିବା କଥା ‘ଏଫ୍‌ଏଏ’ କହିଛି।

ପ୍ରତ୍ୟେକ ବିମାନରେ ୨ଜଣ ଲେଖାଏଁ ଲୋକ ଥିଲେ ଏବଂ ସେମାନଙ୍କର ମୃତ୍ୟୁ ହୋଇଯାଇଥିବା କଥା ନଗରୀର ଅଗ୍ନିଶମ ବିଭାଗର ଅଧିକାରୀମାନେ କହିଛନ୍ତି।

ମୃତ ବ୍ୟକ୍ତିମାନଙ୍କର ନାଁ, ବୟସ ଏବଂ ବାସସ୍ଥାନ ବିଷୟରେ ହଠାତ୍‌ କ‌ୌଣସି ତଥ୍ୟ ମିଳିପାରି ନାହିଁ।

‘ନ୍ୟାସ୍‌ନାଲ୍‌ ଟ୍ରାନ୍‌ସ୍‌ପୋର୍ଟେସନ୍‌ ସେଫ୍ଟି ବୋର୍ଡ’ ଏବଂ ‘ଏଫ୍‌ଏଏ’ ଦୁର୍ଘଟଣାର କାରଣ ସଂକ୍ରାନ୍ତରେ ତଦନ୍ତ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe