Image Source: Zee News
ନ୍ୟୁୟର୍କ: ମଙ୍ଗଳବାର ଅପରାହ୍ଣରେ ନ୍ୟୁଜର୍ସି ଅନ୍ତର୍ଗତ ଜର୍ସି ସହର ଅଞ୍ଚଳର ଗୋଟାଏ ଶ୍ମଶାନ ଓ ସୁପର ମାର୍କେଟ୍ରେ ବହୁ ସମୟ ଧରି ଚାଲିଥିବା ଭୟାବହ ଗୁଳିକାଣ୍ଡରେ ଜଣେ ପୁଲିସ ଅଧିକାରୀ ଏବଂ ଦୁଇ ଜଣ ସନ୍ଦିଗ୍ଧ ବନ୍ଧୁକଧାରୀଙ୍କ ସମେତ ଛଅ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା କଥା ପୁଲିସ କହିଛି।
ଜେସି କୋସର୍ ସୁପରମାର୍କେଟ୍ରେ ଦୁଇଜଣ ବନ୍ଧୁକଧାରୀ ଏବଂ ତିନି ଜଣ ସାଧାରଣ ନାଗରିକ ମୃତ୍ୟୁବରଣ କରିଛନ୍ତି। ନିହତ ପୁଲିସ ଗୁଇନ୍ଦାଜଣକ ସୁପରମାର୍କେଟ ଠାରୁ ପ୍ରାୟ ଏକ ମାଇଲ ଦୂର ଗୋଟାଏ ଶ୍ମଶାନ ପାଖରେ ସନ୍ଦିଗ୍ଧମାନଙ୍କୁ ଅଟକାଇବାକୁ ଉଦ୍ୟମ କରୁଥିବା ବେଳେ ମରଣାନ୍ତକ ଗୁଳିଚୋଟ ଖାଇଥିଲେ ବୋଲି ଜର୍ସି ସହରର ପୁଲିସ ମୁଖ୍ୟ ମାଇକେଲ୍ କେଲି କହିଛନ୍ତି।
Image Source: India Todayଗୁଳିକାଣ୍ଡର କାରଣ ବର୍ଣ୍ଣବୈଷମ୍ୟ କିଂବା ଆତଙ୍କବାଦ- ତାହା ହଠାତ୍ ଜଣାପଡ଼ି ନାହିଁ।
ଗୋଟାଏ ଚୋରି ଟ୍ରକ୍ରେ ଆସି ସନ୍ଦିଗ୍ଧମାନେ ସୁପର୍ ମାର୍କେଟ୍ରେ ପଶିଥିଲେ। ପୁଲିସମାନଙ୍କୁ ଦୂରେଇ ରଖି ସେମାନେ ସାଧାରଣ ନାଗରିକ ଓ ଗୁଇନ୍ଦାମାନଙ୍କ ଆଡ଼କୁ ଗୁଳି ଚଳାଇଥିଲେ। ଗୁଳି ବିନିମୟ ପ୍ରାୟ ୪ ଘଣ୍ଟା କାଳ ଚାଲିଥିଲା। ପୁଲିସ ଓ ସନ୍ଦିଗ୍ଧମାନେ ଗୋଡ଼ାଗୋଡ଼ି ହୋଇ ତିନିଟି ସ୍ଥାନରେ କରିଥିବା ଗୁଳି ବିନିମୟରେ ଶହ ଶହ ରାଉଣ୍ଡ୍ ଗୁଳି ଫୁଟିଥିଲା।
ଏହି ଗୁଳି କାଣ୍ଡରେ ଆଉ ଦୁଇ ଜଣ ପୁଲିସ ଅଧିକାରୀ ଏବଂ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି। କିନ୍ତୁ ସେମାନଙ୍କ ଅବସ୍ଥା ସ୍ଥିର ରହିଛି।
Follow Us