Outlook India
ଵାସିଂଟନ: ଭାରତରେ ଦେଖାଦେଇଥିବା ମହାମାରୀ କୋଭିଡ୍-୧୯ର ଦ୍ବିତୀୟ ଲହର ସଂକ୍ରମଣ ଏଭଳି ଭୟାନକ ରୂପ ଧାରଣ କରିଛି ଯେ ଦେଶରେ ଔଷଧ ଓ ସ୍ବାସ୍ଥ୍ୟସେବାର ଘୋର ସଂକଟ ଦେଖାଦେଇଛି। ଏଭଳି ସ୍ଥିତିରେ ଭାରତରେ ଥିବା ଆମେରିକୀୟମାନଙ୍କୁ ତୁରନ୍ତ ଭାରତ ଛାଡ଼ିବା ପାଇଁ ବାଇଡେନ୍ ପ୍ରଶାସନ ପରାମର୍ଶ କରିଛନ୍ତି। ସେହିପରି ଏଭଳି ଗମ୍ଭୀର ପରିସ୍ଥିତିରେ ଆମେରିକା ଫେରିବାକୁ ଚାହୁଥିବା ନାଗରିକମାନେ ସମ୍ପ୍ରତି ଉପଲବ୍ଧ ବ୍ୟାବସାୟିକ ପରିବହନ ବ୍ୟବସ୍ଥା ଆପଣେଇବାକୁ ନୂଆଦିଲ୍ଲୀ ସ୍ଥିତ ଆମେରିକା ରାଷ୍ଟ୍ରଦୂତ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। କାରଣ ରୋଗୀଶଯ୍ୟା ଅଭାବରୁ କିଛି ଆମେରିକୀୟଙ୍କୁ ଭାରତୀୟ ଡାକ୍ତରଖାନାମାନଙ୍କରେ ଭର୍ତ୍ତି ହେବା ପାଇଁ ମନା କରାଯାଇଥିବାରୁ ଏଭଳି ପଦକ୍ଷେପ ନିଆଯାଉଛି ବୋଲି କୁହାଯାଇଛି।
ଏବେ ଭାରତ ଓ ଆମେରିକା ମଧ୍ୟରେ ସିଧାସଳଖ ବିମାନ ସେବା ଥିବା ବେଳେ ଇଚ୍ଛୁକ ଆମେରିକୀୟମାନେ ନୂଆଦିଲ୍ଲୀରୁ ପ୍ୟାରିସ ଓ ଫ୍ରାଙ୍କଫର୍ଟ ଦେଇ ମଧ୍ୟ ଆସିପାରିବେ ବୋଲି ସୂଚନା ଦିଆଯାଇଛି। ସୂଚନା ଥାଉ କି, ସାମ୍ପ୍ରତିକ ସ୍ଥିତିରେ ଭାରତ ନ ଆସିବା ପାଇଁ ଆମେରିକା ତାହାର ନାଗରିକମାନଙ୍କୁ ପରାମର୍ଶ କରିଛି।
Follow Us