ଲଗାତାର ଆତଙ୍କବାଦୀ ଆକ୍ରମଣ ହେଉଥିବାରୁ ପାକିସ୍ତାନ ନ ଯିବାକୁ ନିଜ ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା

ଲଗାତାର ଆତଙ୍କବାଦୀ ଆକ୍ରମଣ ହେଉଥିବାରୁ ପାକିସ୍ତାନ ନ ଯିବାକୁ ନିଜ ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା

Travel Daily Media

ନ୍ୟୁୟର୍କ: କରୋନା ସଂକ୍ରମଣ ଏବଂ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ଏହାର ନାଗରିକମାନଙ୍କୁ ପାକିସ୍ତାନ ନ ଯିବାକୁ ପରାମର୍ଶ ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଆଡ଼ଭାଇଜରି ଅନୁଯାୟୀ କରୋନା କାରଣରୁ ଯାତ୍ରୀମାନେ ଅନ୍ତର୍ଜାତୀୟ ବିମାନ ଯାତ୍ରା ବନ୍ଦ ସହ ପରିବହନ ପ୍ରତିବନ୍ଧକ ଭଳି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏହା ବ୍ୟତୀତ ଆମେରିକା ଏହାର ନାଗରିକମାନଙ୍କୁ ବେଲୁଚିସ୍ତାନ ଓ ପଖତୁନାମା ଅଂଚଳକୁ ନ ଯିବାକୁ ପରାମର୍ଶ ଦେଇଛି |

କାରଣ ଏଠାରେ ଆତଙ୍କବାଦୀଙ୍କ ଦ୍ୱାରା ଲଗାତାର ଆକ୍ରମଣ ହେଉଥିବାରୁ ନାଗରିକଙ୍କ ଜୀବନ ପ୍ରତି ବିପଦ ରହିଛି | ଆତଙ୍କବାଦୀଙ୍କ ଆକ୍ରମଣ ସହ ଅପହରଣର ଆଶଙ୍କା ଥିବାରୁ ଏହି ପରାମର୍ଶ ଦିଆଯାଇଛି | ଏଠାରେ ସୂଚନା ଥାଉ କି କିଛି ଦିନ ହେବ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ମଧ୍ୟ ଟିକେ ତିକ୍ତ ହୋଇପଡିଛି।

ସେଠାରେ ନିରନ୍ତର ସକ୍ରିୟ ଆତଙ୍କବାଦୀ ସଂଗଠନ ଯୋଗୁଁ ଆମେରିକା ଏହାର ନାଗରିକମାନଙ୍କ ପାଇଁ ଏହି ନୂତନ ଉପଦେଶ ଦେଇଛି। ଏହାପୂର୍ବରୁ କରୋନା ଯୋଗୁଁ ଆମେରିକା ଚୀନ୍ ପାଇଁ ନୂଆ ଟ୍ରାଭେଲ ଆଡ଼ଭାଇଜରି ଜାରି କରିଥିଲା। ଏଥିରେ ଯାତ୍ରୀଙ୍କୁ ଚୀନ ନ ଯିବାକୁ ଯାତ୍ରାକୁ ପରାମର୍ଶ ଦିଆଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe