Image Courtesy of South China Morning Post
ୱାସିଂଟନ୍: କୋଭିଡ୍-୧୯ ଚିକିତ୍ସା ନିମନ୍ତେ ରାଷ୍ଟ୍ରପତି ଟ୍ରମ୍ପ୍ ଅନୁମୋଦନ କରିଥିବା ମ୍ୟାଲେରିଆ ନିରୋଧୀ ଔଷଧ ‘ହାଇଡ୍ରୋକ୍ସିକ୍ଲୋରୋକୁଇନ୍’ ଏବଂ ଆଣ୍ଟିବାୟୋଟିକ୍ ‘ଏଜିଥ୍ରୋମାଇସିନ୍’ର ପ୍ରୟୋଗକୁ ଆମେରିକୀୟ ବିଶେଷଜ୍ଞ ଦଳ ନାମଞ୍ଜୁର କରିଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କର ଶୀର୍ଷସ୍ତରୀୟ ସଂକ୍ରମଣ ରୋଗ ଏଜେନ୍ସିଙ୍କ ଦ୍ବାରା ଡକାଯାଇଥିବା ଏହି ବିଶେଷଜ୍ଞ ଦଳ କହିଛନ୍ତି ଯେ ଉପରୋକ୍ତ ଦୁଇ ଔଷଧକୁ ଏକତ୍ର ପ୍ରୟୋଗ କଲେ ବିଷକ୍ରିୟା ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଏହି ଦୁଇ ଔଷଧକୁ ଏକତ୍ର କୋଭିଡ୍-୧୯ ରୋଗୀମାନଙ୍କ କ୍ଷେତ୍ରରେ ବ୍ୟବହାର ନ କରିବାକୁ ବିଶେଷଜ୍ଞ ଦଳ ପକ୍ଷରୁ ପ୍ରସ୍ତୁତ ଏକ ମାର୍ଗଦର୍ଶିକାରେ କୁହାଯାଇଛି।
Image Courtesy of Fox10 newsକିନ୍ତୁ କେବଳ ‘ହାଇଡ୍ରୋକ୍ସିକ୍ଲୋରୋକୁଇନ୍’ କିଂବା ‘କ୍ଲୋରୋକୁଇନ୍’ ପ୍ରୟୋଗ କରିବାରେ କୌଣସି ଅସୁବିଧା ନାହିଁ ବୋଲି ବିଶେଷଜ୍ଞ ଦଳ କହିଛନ୍ତି। କିନ୍ତୁ, ଏହି ମ୍ୟାଲେରିଆ ନିରୋଧୀ ଔଷଧ ଖାଇଥିବା ରୋଗୀମାନଙ୍କୁ ଡାକ୍ତରମାନେ ତତ୍ତ୍ବାବଧାନରେ ରଖିବା ବିଧେୟ।
ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଆଣ୍ଡ୍ ଇନ୍ଫେକ୍ସିଅସ୍ ଡିଜିଜେସ୍’ର ସଦସ୍ୟ ଆେନ୍ଥୋନି ଫଅକ୍ସି କହିଛନ୍ତି ପୂର୍ବରୁ ମଧ୍ୟ କହିଥିଲେ ଯେ ଏକତ୍ର ଏ ଦୁଇ ଔଷଧ କୋଭିଡ୍-୧୯ ବିପକ୍ଷରେ କୌଣସି କାମ କରୁଥିବାର ପ୍ରମାଣ ନାହିଁ।
Follow Us