ଗର୍ଭପାତ ରାୟ ନେଇ ଆମେରିକାରେ ଆଲୋଡ଼ନ: କମ୍ପାନିଗୁଡ଼ିକ ମହିଳା କର୍ମଚାରୀଙ୍କ ପ୍ରତି ସମର୍ଥନର ହାତ ବଢ଼ାଇଲେ

Advertisment
ଗର୍ଭପାତ ରାୟ ନେଇ ଆମେରିକାରେ ଆଲୋଡ଼ନ: କମ୍ପାନିଗୁଡ଼ିକ ମହିଳା କର୍ମଚାରୀଙ୍କ ପ୍ରତି ସମର୍ଥନର ହାତ ବଢ଼ାଇଲେ

National Herald

ୱାସିଂଟନ: ଗର୍ଭପାତ କରାଇବା ମହିଳାଙ୍କର ସାମ୍ବିଧାନିକ ଅଧିକାର ନୁହେଁ ବୋଲି ଆମେରିକା ସୁପ୍ରିମ୍‌କୋର୍ଟ ରାୟ ଦେବା ପରେ ଏହାକୁ ନେଇ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ଆଜି ବିଭିନ୍ନ ସହରରେ ମହିଳାମାନେ କୋର୍ଟ ରାୟ ବିରୋଧରେ ବିକ୍ଷୋଭ କରିଛନ୍ତି। ଅନ୍ୟପକ୍ଷରେ ୱାଲ୍‌ଟ ଡିସ୍‌ନି ଓ ମେଟା ପରି ଅନେକ କମ୍ପାନି ମହିଳା କର୍ମଚାରୀଙ୍କ ପ୍ରତି ସମର୍ଥନର ହାତ ବଢ଼ାଇଛନ୍ତି। ସେମାନେ ମହିଳା କର୍ମଚାରୀଙ୍କୁ ଗର୍ଭପାତ ସେବା ପାଇଁ ସମସ୍ତ ଯାତ୍ରା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ୧୯୭୩ ମସିହାର ଏକ ରୁଲିଂ ଅନୁସାରେ ଆମେରିକାରେ ଗର୍ଭପାତ ଲାଗି ମହିଳାମାନଙ୍କର ସାମ୍ବିଧାନିକ ଅଧିକାର ଥିଲା। କିନ୍ତୁ ଏହି ଆଇନକୁ ଅନେକ ରକ୍ଷଣଶୀଳ ଧାର୍ମିକ ସଂଗଠନ ଓ ରିପବ୍ଲିକାନମାନେ ବିରୋଧ କରୁଥିଲେ।

ଶୁକ୍ରବାର ଆମେରିକାର ସୁପ୍ରିମ୍‌କୋର୍ଟ ଉକ୍ତ ପୁରୁଣା ନିୟମକୁ ରଦ୍ଦ କରି ଗର୍ଭପାତ ଉପରୁ ମହିଳାମାନଙ୍କର ସାମ୍ବିଧାନିକ ଅଧିକାର ଛିନ୍ନ କରିଦେଇଛନ୍ତି। ଏହାଦ୍ବାରା ରିପବ୍ଲିକାନ ଓ ଧାର୍ମିକ ସଂଗଠନଗୁଡ଼ିକର ବିଜୟ ଘଟିଛି। ସୁପ୍ରିମ୍‌କୋର୍ଟଙ୍କ ଏହି ରାୟ ପରେ ଅନେକ ରାଜ୍ୟ ଗର୍ଭପାତ ଉପରେ କଟକଣା ଲାଗୁ କରିବା ବା ଏହାକୁ ନିଷିଦ୍ଧ କରିବା ଆଶା କରାଯାଏ। ଫଳରେ ଗର୍ଭପାତ କରାଇବାକୁ ଚାହୁଥିବା ମହିଳାମାନଙ୍କୁ ନିଜ ରାଜ୍ୟରେ ତାହା ନିଷିଦ୍ଧ ହୋଇଥିଲେ ଅନ୍ୟ ରାଜ୍ୟକୁ ଯାତ୍ରା କରିବାକୁ ପଡ଼ିବ, ଯେଉଁଠି ଗର୍ଭପାତ ପାଇଁ ଅନୁମତି ଅଛି। ଏଥିପାଇଁ ବହୁ ଅର୍ଥ ବ୍ୟୟ କରିବାକୁ ପଡ଼ିବ। ଏହି ପରିସ୍ଥିତିରେ ନିଜର ମହିଳା କର୍ମଚାରୀମାନଙ୍କୁ ସମର୍ଥନର ହାତ ବଢ଼ାଇଛନ୍ତି ୱାଲ୍‌ଟ ଡିସ୍‌ନି ଓ ମେଟା ପରି ଅନେକ କମ୍ପାନି। ମେଟା ମହିଳା କର୍ମଚାରୀମାନଙ୍କୁ ସାହାଯ୍ୟ ସମର୍ଥନର ହାତ ବଢ଼ାଇଥିଲେ ମଧ୍ୟ କମ୍ପାନି ପରିସରରେ ସୁପ୍ରିମ୍‌କୋର୍ଟଙ୍କ ରାୟ ଉପରେ ବା କୌଣସି ରାଜନୈତିକ ପ୍ରସଙ୍ଗରେ କୌଣସି ପ୍ରକାର ଆଲୋଚନା କରିବାକୁ ବାରଣ କରିଛି। ଗର୍ଭପାତ ଆଉ ଆଇନ ସମ୍ମତ ଅଧିକାରଭୁକ୍ତ ନଥିବାରୁ ଡେମୋକ୍ରାଟିକ ପାର୍ଟି ଏହାର ପୁନଃ ସମୀକ୍ଷା ପାଇଁ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe