ହୁତି ବିଦ୍ରୋହୀଙ୍କ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍, ରାଡାର ଷ୍ଟେସନ ଧ୍ବସ୍ତ

Advertisment
ହୁତି ବିଦ୍ରୋହୀଙ୍କ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍, ରାଡାର ଷ୍ଟେସନ ଧ୍ବସ୍ତ

ଦୁବାଇ: ୟେମେନର ହୁତିମାନଙ୍କ ଉପରେ ଆମେରିକା ସେନା ଜୋରଦାର ଏୟାର ଷ୍ଟ୍ରାଇକ୍ କରିଛି। ଏଥିରେ ହୁତି ବିଦ୍ରୋହୀଙ୍କ ଅନେକ ରାଡାର ନଷ୍ଟ ହୋଇଯାଇଛି। କୁହାଯାଉଛି ଯେ ଆମେରିକା ସେନାର ଏୟାର ଷ୍ଟ୍ରାଇକରେ ହୁତିମାନଙ୍କ ରାଡାର ଷ୍ଟେସନକୁ ଟାର୍ଗେଟ କରାଯାଇଥିଲା । ଏହାକୁ ନେଇ ହୁତିମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ବିଦ୍ରୋହୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଲୋହିତ ସାଗର କରିଡରରେ ଥିବା ଜାହାଜ ଉପରେ ଆକ୍ରମଣ କରିବା ପାଇଁ ହୁତିମାନେ ଏସବୁ ରାଡାର ସେଣ୍ଟର ବ୍ୟବହାର କରୁଥିଲେ ବୋଲି ଆମେରିକୀୟ ଅଧିକାରୀମାନେ କହିଛନ୍ତି।

ହୁଥି ବିଦ୍ରୋହୀଙ୍କ ଆକ୍ରମଣ ଯୋଗୁଁ ଏକ ବାଣିଜ୍ୟିକ ଜାହାଜର ଜଣେ କ୍ରୁ ମେମ୍ବର ନିଖୋଜ ହେବା ପରେ ଆମେରିକୀୟ ସେନା ଏହି ଆକ୍ରମଣ କରିଛି। ତେବେ ବିଦ୍ରୋହୀମାନେ କହିଛନ୍ତି ଯେ ଗାଜା ଉପତ୍ୟକାରେ ଇସ୍ରାଏଲ-ହାମାସ ଯୁଦ୍ଧକୁ ରୋକିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଛି।

ଆମେରିକୀୟ ନୌସେନାର ସେଣ୍ଟ୍ରାଲ କମାଣ୍ଡ କହିଛି ଯେ ଆମେରିକାର ଆକ୍ରମଣରେ ହୁଥି ନିୟନ୍ତ୍ରିତ ଅଞ୍ଚଳରେ ଥିବା ୭ଟି ରାଡାର ବେସ୍ ଧ୍ୱଂସ ହୋଇଯାଇଛି। ଏହି ରାଡାର ମାଧ୍ୟମରେ ହୁତିମାନେ ଲୋହିତ ସାଗରରେ ବିଭିନ୍ନ ଦେଶର ବାଣିଜ୍ୟିକ ଓ ଅଣବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରୁଥିଲେ। ଏବେ ଏହାକୁ ଆମେରିକା ସେନା ଉଡାଇ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe