ଆମେରିକା ଗାର୍ଡ଼ିଆନ୍‌ ଡ୍ରୋନ୍‌ ଓ ଗୁପ୍ତ ଉପଗ୍ରହ ଫଟୋଚିତ୍ର ଭାରତକୁ ଦେବ ତ ? ଏଇ ଦୁଇ ମହିଳା ମନ୍ତ୍ରୀଙ୍କ ଉପରେ ଏହା ନିର୍ଭର କରୁଛି !

Advertisment
ଆମେରିକା ଗାର୍ଡ଼ିଆନ୍‌ ଡ୍ରୋନ୍‌ ଓ ଗୁପ୍ତ ଉପଗ୍ରହ ଫଟୋଚିତ୍ର ଭାରତକୁ ଦେବ ତ ? ଏଇ ଦୁଇ ମହିଳା ମନ୍ତ୍ରୀଙ୍କ ଉପରେ ଏହା ନିର୍ଭର କରୁଛି !

ନୂଆଦିଲ୍ଲୀ: ଭାରତର ଦୁଇ ପଡୋଶୀ ରାଷ୍ଟ୍ର ଚୀନ ଓ ପାକିସ୍ତାନର ମୁକାବିଲା ଲାଗି ଭାରତ ସାମରିକ ଭାବେ ଅଧିକ ଶକ୍ତିଶାଳୀ ହେବା ଆବଶ୍ୟକ ହୋଇପଡ଼ିଛି। ଏଥିଲାଗି ଅତ୍ୟାଧୁନିକ ଯୁଦ୍ଧସ୍ତ୍ର ଓ ପ୍ରଯୁକ୍ତି ଆମଦାନୀ କରିବା ଉପରେ ଭାରତ ଗୁରୁତ୍ୱ ଦେଉଛି। ଆସନ୍ତା ଗୁରୁବାର ହେବାକୁ ଥିବା ଆମେରିକାର ପ୍ରତିରକ୍ଷା ସଚିବ ଓ ପରରାଷ୍ଟ୍ର ସଚିବଙ୍କ ସହିତ ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଶୀର୍ଷ ବୈଠକ ଏ ଦିଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୈଠକରେ ହୋଇଥିବା ନିଷ୍ପତ୍ତିକୁ ଏହି ବୈଠକ ଆଗେଇ ନେବ। ତେବେ ଆଗରୁ ବିଭିନ୍ନ କାରଣ ଲାଗି ଦୁଇ ଦୁଇ ଥର ବାତିଲ୍‌ ହୋଇଥିବା ଏହି ବୈଠକ ଉପରେ ପଡ଼ୋଶୀ ରାଷ୍ଟ୍ରଙ୍କର ନଜର ରହିଛି।

publive-image

ମିଳିଥିବା ସୂଚନା ମୁତାବକ, ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ସହ ଭାରତକୁ ଆମେରିକା ଡ୍ରୋନ୍‌ ବିକ୍ରି କରିବା ଏବଂ ପ୍ରତିରକ୍ଷା ସମ୍ପର୍କିତ ଉପଗ୍ରହ ଚିତ୍ର ଉଭୟ ଦେଶ ମଧ୍ୟରେ ଆଦାନପ୍ରଦାନ ନେଇ ସହମତି ଗୁରୁତ୍ୱ ବହନ କରୁଛି। ଯୁଦ୍ଧାସ୍ତ୍ର ବହନ କ୍ଷମତା ଥିବା ଗାର୍ଡିଆନ୍‌ ଡ୍ରୋନ୍‌ ଭାରତକୁ ବିକ୍ରି ଲାଗି ଥିବା ପ୍ରସ୍ତାବ ଉପରେ ଏହି ବୈଠକରେ ଆଲୋଚନା ହେବ। ସେହିପରି ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଉପଗ୍ରହ ଚିତ୍ର ଆଦାନପ୍ରଦାନ ଫଳରେ ଶତ୍ରୁରାଷ୍ଟ୍ରର ଗତିବିଧି ସମ୍ପର୍କରେ ପ୍ରାକ୍‌ସୂଚନା ମିଳି ପାରିବ। ଏଥି ନେଇ ମଧ୍ୟ ସହମତି ଆସିବା ନେଇ ଆଲୋଚନା ହେବ।

ଯଦିଓ ଋଷ ନିର୍ମିତ ଏସ୍‌-୪୦୦ କ୍ଷେପଣାସ୍ତ୍ର କ୍ରୟ ଏବଂ ଇରାନ୍‌ରୁ ତୈଳ ଆମଦାନୀ ନେଇ ଆମେରିକାର ଆପତ୍ତି ରହିଛି, ମାତ୍ର ଏ ନେଇ ଉପୁଜିଥିବା ସମସ୍ୟାକୁ ଏହି ବୈଠକରେ ଦୂର ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe