Image Source: India Today
ଓ୍ଵାସିଂଟନ୍: କରୋନାଭାଇରସ୍ ଦ୍ୱାରା ପ୍ରଭାବିତ ଚୀନ୍ ଏବଂ ଅନ୍ୟାନ୍ୟ ଦେଶକୁ ସହାୟତା ଦେବା ନିମନ୍ତେ ୧୦୦ ନିୟୁତ ଡଲାର୍ ବ୍ୟୟ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ପ୍ରସ୍ତୁତ ଥିବା କଥା ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ ଘୋଷଣା କରିଛନ୍ତି।
ଏକ ବିବୃତିରେ ପମ୍ପିଓ କହିଛନ୍ତି ଯେ ବଦାନ୍ୟତାପୂର୍ବକ ଆମେରିକୀୟ ଘରୋଇ ସେକ୍ଟର୍ ପ୍ରଦତ୍ତ ଶହ ଶହ ନିୟୁତ ଡଲାର୍କୁ ସମ୍ବଳ କରି ସରକାରଙ୍କର ଏହି ପ୍ରତିଶ୍ରୁତି କରୋନାଭାଇରସ୍ ପ୍ରକୋପ ବିରୋଧରେ ଯୁକ୍ତରାଷ୍ଟ୍ର ଆମେରିକାର ବଳିଷ୍ଠ ନେତୃତ୍ୱ ପ୍ରଦର୍ଶନ କରୁଛି।
କରୋନାଭାଇରସ୍ ପ୍ରପୀଡ଼ିତ ଦେଶମାନଙ୍କୁ ପ୍ରତ୍ୟକ୍ଷ ଏବଂ ବହୁସ୍ତରୀୟ ସଂଗଠନ ଦ୍ୱାରା ଏହି ପାଣ୍ଠି ପ୍ରଦାନ କରାଯାଇ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କର ଏହି ପ୍ରତିଶ୍ରୁତିକୁ ପାଳନ କରାଯିବ।
Image Courtesy of Changing Americaଗତ ସପ୍ତାହରେ ଆମେରିକୀୟ ବୈଦେଶିକ ବିଭାଗ ଚୀନ୍କୁ ପ୍ରାୟ ୧୮ ଟନ୍ ଡାକ୍ତରୀ ଉପକରଣ ପଠାଇବାର ବନ୍ଦୋବସ୍ତ କରିଥିଲା।
ଗୁରୁବାର ଦିନ ରାଷ୍ଟ୍ରପତି ଟ୍ରମ୍ପ୍ ମଧ୍ୟ ଚୀନ୍ର ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ଙ୍କ ସହ କରୋନାଭାଇରସ୍ ସଂକ୍ରାନ୍ତରେ କଥାବାର୍ତ୍ତା କରିବା ସହ ଏହାକୁ ମୁକାବିଲା କରିବାରେ ଚୀନ୍ର ଉଦ୍ୟମ ଉପରେ ତାଙ୍କର ଭରସା ଥିବା କଥା କହିଥିଲେ।
Follow Us