ୱାସିଂଟନ୍: ଚୀନ୍ରୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କ କ୍ଷେତ୍ରରେ କୋଭିଡ୍-୧୯ ପରୀକ୍ଷା ଆବଶ୍ୟକ ବୋଲି ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଆମେରିକୀୟ ପ୍ରଶାସନ ଘୋଷଣା କରିଛି।
ସାମ୍ବାଦିକମାନଙ୍କୁ ଆମେରିକୀୟ ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ, ଜାନୁଆରି ୫ ତାରିଖଠାରୁ ସମସ୍ତ ବିମାନ ଯାତ୍ରୀଙ୍କ ନିମନ୍ତେ ଏହି ପରୀକ୍ଷା ଅପରିହାର୍ଯ୍ୟ। ୨ ଦିନରୁ ଅଧିକ ଦିନ ସମୟ ହେବ ଚୀନ୍, ହଂକଂ କିଂବା ମାକାଓରୁ ଆସୁଥିବା ୨ ଏବଂ ତଦୁର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କର ନମୁନା ପରୀକ୍ଷା କରାଯିବ। ପରୀକ୍ଷା ନେଗେଟିଭ୍ ଆସିଲେ ଯାତ୍ରୀଙ୍କୁ ଆମେରିକାକୁ ଛଡ଼ାଯିବ।
Image Courtesy of Zee Newsସେହିପରି, ବିମାନ ଯାତ୍ରା କରିବାର ୧୦ ଦିନ ପୂର୍ବରୁ ଯେଉଁ ଯାତ୍ରୀମାନେ କୋଭିଡ୍-୧୯ ପଜିଟିଭ୍ ହୋଇଥିବେ ସେମାନେ ସୁସ୍ଥ ହୋଇଛନ୍ତି ବୋଲି ସାର୍ଟିଫିକେଟ୍ ଦାଖଲ କରିବେ।
ଆମେରିକା ପୂର୍ବରୁ ଚୀନ୍ରୁ ଆସୁଥିବା ବିମାନ ଯାତ୍ରୀମାନଙ୍କର ନମୁନା ପରୀକ୍ଷା କରାଯିବ ବୋଲି ଭାରତ, ଇଟାଲି, ଜାପାନ ଓ ତାଇୱାନ୍ ଘୋଷଣା କରିଥିଲେ।
Image Courtesy of NDTVସୂଚନାଯୋଗ୍ୟ, ଜାନୁଆରି ୨୨ ତାରିଖରୁ ଆରମ୍ଭ ହେଉଥିବା ଚାନ୍ଦ୍ର ନବବର୍ଷ ହେଉଛି ଚୀନ୍ର ସବୁଠୁ ଗହଳ ଚହଳ ଭ୍ରମଣ ସମୟ। ଏଥିପାଇଁ ପୁଣି ଟୁରିଜିମ୍ ପାସ୍ପୋର୍ଟ ପ୍ରଦାନ କରାଯିବ ବୋଲି ମଙ୍ଗଳବାର ଦିନ ଚୀନ୍ ଘୋଷଣା କରିଛି। ୨୦୨୦ରୁ ଚୀନ୍ ଟୁରିଜିମ୍ ପାସ୍ପୋର୍ଟ ଜାରି କରୁ ନ ଥିଲା।
Follow Us