ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବାରୁ ଟିକ୍ ଟକ୍ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

Advertisment
ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବାରୁ ଟିକ୍ ଟକ୍ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

slate.com

ନୂଆଦିଲ୍ଲୀ: ଲୋକପ୍ରିୟ ଚାଇନିଜ୍ ଆପ୍ ଟିକ୍ ଟକ୍ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକୀୟ ସେନା। ଏଣିକି ଆମେରିକାର ସେନାରେ କାମକରୁଥିବା ଯବାନମାନେ ଟିକ୍ ଟକ୍ ଆପର ବ୍ୟବହାର କରି ପାରିବେ ନାହିଁ। ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଏହି ଆପ୍ ବିପଦ ସୃଷ୍ଟି କରୁଥିବାରୁ ଏହା ଉପରେ ପ୍ରତିବନ୍ଧକ ଲଗାଯାଉଥିବା କହିଛି ଆମେରିକୀୟ ସେନା।

ମିଲିଟାରି ଡଟ୍ କମର ରିପୋର୍ଟ ମୁତାବକ, ସେନାର  ପ୍ରବକ୍ତା ଲେପ୍ଟନାଣ୍ଟ କର୍ଣ୍ଣେଲ ରବିନ ଓଚୋଆ କହିଛନ୍ତି କି, ଟିକ୍ ଟକ୍ ଆପ୍ ସାଇବର ବିପଦ ସୃଷ୍ଟି କରୁଛି ।ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ହାସଲ କରିବା ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଇପା‌ରେ। ଏହି କାରଣ ଲାଗି ଆମେରିକୀୟ ସେନାର ଯବାନଙ୍କ ଫୋନରୁ ଏହି ଆପକୁ ହଟାଇ ଦିଆଯାଇଛି। ଏହା ସହ କୌଣସି ଆପକୁ ଡାଇନଲୋଡ୍ କରିବା ପୂର୍ବରୁ ସାବଧାନତା ଅବଲମ୍ବନ କରିବା ପାଇଁ ଆମେରିକାର ପ୍ରତିରକ୍ଷା ମନ୍ତ୍ରାଳୟ ଆଦେଶ ଦେଇଛି।

Related image PYMNTS.com

ସୂଚନା ମୁତାବକ, ସେନାର ଜଣେ ବରିଷ୍ଠ ଅଧିକାରୀ ଆପକୁ ନେଇ ପ୍ରଶ୍ନ ଉଠାଇବା ପରେ ଅକ୍ଟୋବରଠାରୁ ଏହି ଆପ ସଂପର୍କରେ ଯାଞ୍ଚ ଆରମ୍ଭ ‌ହୋଇଥିଲା । ଏହି ଚାଇନିଜ୍ ଆପ୍ କୌଣସି ବ୍ୟକ୍ତିଗତ ଡାଟା ଲିକ୍ କରୁଛି କି ନାହିଁ, ତାହା ଜାଣିବା ପାଇଁ ଯାଞ୍ଚ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe