ଚନ୍ଦ୍ରପୃଷ୍ଠରେ ଚାଲିଥିବା ଆମେରିକୀୟ ମହାକାଶଚାରୀ ଜନ୍‌ ୟଙ୍ଗ୍‌ଙ୍କ ପରଲୋକ

Advertisment
ଚନ୍ଦ୍ରପୃଷ୍ଠରେ ଚାଲିଥିବା ଆମେରିକୀୟ ମହାକାଶଚାରୀ ଜନ୍‌ ୟଙ୍ଗ୍‌ଙ୍କ ପରଲୋକ

Image Courtesy of Fox News

ଓ୍ଵାସିଂଟନ୍‌: ଛଅ ଥର ମହାକାଶକୁ ଯାତ୍ରା କରିଥିବା, ଚନ୍ଦ୍ରକୁ ପରିକ୍ରମା କରି ତାହାର ଆବଡ଼ାଖାବଡ଼ା ପୃଷ୍ଠରେ ଚାଲିଥିବା କିଂବଦନ୍ତି ଆମେରିକୀୟ ମହାକାଶଚାରୀ ଜନ୍‌ ୟଙ୍ଗ୍‌ଙ୍କର ଦେହାନ୍ତ ହୋଇ ଯାଇଛି ବୋଲି ଶନିବାର ଦିନ ନାସା ଘୋଷଣା କରିଛି। ଶୁକ୍ରବାର ଦିନ ପରଲୋକ ଗମନ କରିଥିବା ଜନ୍‌ଙ୍କୁ ୮୭ ବର୍ଷ ହୋଇଥିଲା। ସେ ନିମୋନିଆ ଜନିତ ଶାରୀରିକ ଜଟିଳତାରେ ଆକ୍ରାନ୍ତ ହୋଇଥିଲେ। ନାସା ସ୍ପେସ୍‌ ସେଣ୍ଟର୍‌ ଠାରୁ ଅଳ୍ପ ଦୂର ହଷ୍ଟନ୍‌ ଠାରେ ସେ ବସବାସ କରୁଥିଲେ।
ଅନେକ କାର୍ଯ୍ୟରେ ୟଙ୍ଗ୍‌ ଥିଲେ ପ୍ରଥମ। ଜେମିନି, ଆପୋଲୋ ଏବଂ ସ୍ପେସ୍‌ ସେଟ୍‌ଲ୍‌ ପ୍ରୋଗ୍ରାମ୍‌ରେ ସେ ହିଁ ପ୍ରଥମେ ଯାତ୍ରା କରିଥିଲେ। ଛଅ ଥର ମହାକାଶ ଯାତ୍ରା କରିବାରେ ସେ ଥିଲେ ପ୍ରଥମ ମହାକାଶଚାରୀ।

publive-image Image Courtesy of Fox News

ମହାକାଶରେ ଦୀର୍ଘକାଳ ରହି ସେ ଏକଦା ରେକର୍ଡ କରିଥିଲେ ବୋଲି ନାସା କହିଛି।

ଆପୋଲୋ-୧୦ ମହାକାଶଯାନରେ ୟଙ୍ଗ୍‌ ଚନ୍ଦ୍ର ପରିକ୍ରମା କରିଥିଲେ ଏବଂ ଆପୋଲୋ-୧୬ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe