ଅତିରିକ୍ତ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ନିମନ୍ତେ ୟୁକ୍ରେନ୍‌ ପାଇଁ ୨୦୦ ନିୟୁତ ଡଲାର୍‌ ମଞ୍ଜୁର କଲା ଆମେରିକା

ଅତିରିକ୍ତ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ନିମନ୍ତେ ୟୁକ୍ରେନ୍‌ ପାଇଁ ୨୦୦ ନିୟୁତ ଡଲାର୍‌ ମଞ୍ଜୁର କଲା ଆମେରିକା

ୱାସିଂଟନ୍: ଅତିରକ୍ତ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ନିମନ୍ତେ ୟୁକ୍ରେନ୍‌ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ୨୦୦ ନିୟୁତ ଡଲାର୍‌ ମଞ୍ଜୁର କରିଥିବା କଥା ଶନିବାର ଦିନ ହ୍ବାଇଟ୍‌ ହାଉସ୍‌ କହିଛି।

ଏ ସଂକ୍ରାନ୍ତରେ ଟୁଇଟ୍‌ କରି ହ୍ବାଇଟ୍‌ ହାଉସ୍‌ କହିଛି, ଅତିରକ୍ତ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ନିମନ୍ତେ ୟୁକ୍ରେନ୍‌ ପାଇଁ ଆଜି ରାଷ୍ଟ୍ରପତି ବାଇଡେନ୍‌ ୨୦୦ ନିୟୁତ ଡଲାର୍‌ ମଞ୍ଜୁର କରିଛନ୍ତି। ବର୍ଷକ ମଧ୍ୟରେ ଏହା ହେଉଛି ୟୁକ୍ରେନ୍‌ ପାଇଁ ୪ର୍ଥ ତଥା ଅଭୂତପୂର୍ବ ଅର୍ଥ ମଞ୍ଜୁରି। ଜାନୁଆରି ୨୦୨୧ ଠାରୁ ଯୁକ୍ତରାଷ୍ଟ୍ର ଆମେରିକା ୟୁକ୍ରେନ୍‌କୁ ୧.୨ ବିଲିୟନ୍‌ ଡଲାର୍‌ ନିରାପତ୍ତା ସହାୟତା ଯୋଗାଇ ସାରିଲାଣି।

publive-image Image Courtesy of Reuters

ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ମଧ୍ୟ ଟୁଇଟ୍‌ କରି କହିଛନ୍ତି, ଅତିରିକ୍ତ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ନିମନ୍ତେ ୟୁକ୍ରେନ୍‌ ପାଇଁ ୨୦୦ ନିୟୁତ ଡଲାର୍‌ ପର୍ଯ୍ୟନ୍ତ ଅର୍ଥରାଶି ଉଠାଇବାକୁ ମୁଁ ଔପଚାରିକ ଭାବେ ଅନୁମୋଦନ କରିଛି।

publive-image Image Courtesy of NDTV

‘ସିଏନ୍ଏନ୍‌’ ମଧ୍ୟ ରିପୋର୍ଟ କରିଛି ଯେ, ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି ଏହି ୨୦୦ ନିୟୁତ ଅର୍ଥ ୟୁକ୍ରେନ୍‌କୁ ତୁରନ୍ତ ସାମରିକ ସହାୟତା ଯୋଗାଇ ଦେବ। ଏହି ଅର୍ଥରେ ରୁଷ୍‌ର ଅକାରଣ ଆକ୍ରମଣକୁ ପ୍ରତିରୋଧ କରୁଥିବା ୟୁକ୍ରେନ୍‌ ସେନାର ପ୍ରତ୍ୟକ୍ଷ ପ୍ରତିରୋଧକାରୀଙ୍କ ସହାୟତା ନିମନ୍ତେ ‘ଆଣ୍ଟି-ଆର୍ମୋର୍‌’, ‘ଆଣ୍ଟି-ଏୟାର୍‌କ୍ରାଫ୍ଟ ସିଷ୍ଟମ୍’ ଏବଂ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର ଖରିଦ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe