Image Courtesy of Hindustan Times
ନୂଆଦିଲ୍ଲୀ: ଦକ୍ଷିଣ ଚୀନ୍ ସାଗର ମଧ୍ୟସ୍ଥ ସମ୍ବଳ ଉପରେ ଚୀନ୍ର ଦାବିକୁ ବେଆଇନ କହିବା ସହ ‘ଅବାଧ ଏବଂ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ’ ପ୍ରତି ମଧ୍ୟ ଦୃଢ଼ ସମର୍ଥନ ଜଣାଇଛି ଯୁକ୍ତରାଷ୍ଟ୍ର ଆମେରିକା। ‘ଆସୋସିଏସନ୍ ଅଫ୍ ସାଉଥ୍-ଇଷ୍ଟ୍ ନେସନ୍ସ’ (ଆସିଆନ୍) ସହଭାଗୀ ଏବଂ ନିଜର ପ୍ରମୁଖ ମିତ୍ରରାଷ୍ଟ୍ର ଜାପାନ ଓ ଅଷ୍ଟ୍ରେଲିଆ ପ୍ରତି ମଧ୍ୟ ଆମେରିକା ପୁନର୍ବାର ନିଜର ଦୃଢ଼ ପ୍ରତିବଦ୍ଧତା ଜଣାଇଛି।
ଦକ୍ଷିଣ ଚୀନ୍ ସାଗରରେ ନିମିଜ୍ ଏବଂ ରୋନାଲଡ୍ ରିଗାନ୍ ନାମରେ ଦୁଇଟି ଲଢୁଆ ବିମାନବାହୀ ଯୁଦ୍ଧପୋତ ସହ ୧୨୦ ଜଣ ସୈନିକ ସମରାଭ୍ୟାସ କରୁଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ ‘ଦକ୍ଷିଣ ଚୀନ୍ ସାଗରସ୍ଥିତ ସାମୁଦ୍ରିକ ଦାବିରେ ଯୁକ୍ତରାଷ୍ଟ୍ର ଆମେରିକାର ସ୍ଥିତି’ ଉପରୋକ୍ତ ବିବୃତି ଦେଇଛନ୍ତି। ଏ ଦୁଇ ସୁପର୍ ପାୱାର୍ ଯୁଦ୍ଧପୋତ ଭିଏତନାମ ଉପକୂଳ ପାରାକ୍ଲ୍ ଦ୍ବୀପପୁଞ୍ଜ ଏବଂ ହୈନାନ୍ ଦ୍ବୀପପୁଞ୍ଜରେ ଥିବା ଚୀନ୍ ଆଣବିକ ବୁଡ଼ାଜାହାଜ ଘାଟି ନିକଟରେ ସମରାଭ୍ୟାସ କରି ପିପୁଲସ୍ ଲିବରେସନ୍ ଆର୍ମିର ନୌସେନା ସାମର୍ଥ୍ୟକୁ ଖୋଲାଖୋଲି ଆହ୍ବାନ ଦେଉଛନ୍ତି।
Image Courtesy of Hindustan Timesଏହାଛଡ଼ା ଆମେରିକାର ବୈଦେଶିକ ସଚିବ ପମ୍ପିଓ ମଧ୍ୟ ମାଲେସିଆ ନିକଟ ଜେମ୍ସ୍ ଶୋଆଲ୍ ଉପରେ ଚୀନ୍ର ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖାନ କରିଛନ୍ତି। ସେ ସ୍ପଷ୍ଟ କରି କହିଛନ୍ତି ଯେ, ବିଶ୍ବ ଦକ୍ଷିଣ ଚୀନ୍ ସାଗରକୁ ବେଜିଙ୍ଗ୍ର ସାମୁଦ୍ରିକ ସାମ୍ରାଜ୍ୟ କରାଇବାକୁ ଅନୁମତି ଦେବନାହିଁ।
Follow Us