ପାକିସ୍ତାନୀ, ଆଫଗାନୀଙ୍କୁ ଆମେରିକା ମନା! ଯାତ୍ରା କଟକଣା ନେଇ ବିଚାର କରୁଛନ୍ତି ଟ୍ରମ୍ପ

Advertisment

ଆାମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଏକ ନୂଆ ଯାତ୍ରା କଟକଣା ନେଇ ବିଚାର କରୁଛନ୍ତି। ଏହି କଟକଣା ଯଦି ଲାଗୁ ହୁଏ ତେବେ ଆଫଗାନିସ୍ତାନ ଏବଂ ପାକିସ୍ତାନର ଲୋକଙ୍କୁ ଆମେରିକାରେ ପ୍ରବେଶ ନିଷିଦ୍ଧ କରାଯିବ।

ଆାମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଏକ ନୂଆ ଯାତ୍ରା କଟକଣା ନେଇ ବିଚାର କରୁଛନ୍ତି। ଏହି କଟକଣା ଯଦି ଲାଗୁ ହୁଏ ତେବେ ଆଫଗାନିସ୍ତାନ ଏବଂ ପାକିସ୍ତାନର ଲୋକଙ୍କୁ ଆମେରିକାରେ ପ୍ରବେଶ ନିଷିଦ୍ଧ କରାଯିବ।

hn235

ୱାସିଂଟନ୍‌: ଆାମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଏକ ନୂଆ ଯାତ୍ରା କଟକଣା ନେଇ ବିଚାର କରୁଛନ୍ତି। ଏହି କଟକଣା ଯଦି ଲାଗୁ ହୁଏ ତେବେ ଆଫଗାନିସ୍ତାନ ଏବଂ ପାକିସ୍ତାନର ଲୋକଙ୍କୁ ଆମେରିକାରେ ପ୍ରବେଶ ନିଷିଦ୍ଧ କରାଯିବ। ଦେଶର ସୁରକ୍ଷା ସଂକ୍ରାନ୍ତରେ ସରକାର ଏକ ସମୀକ୍ଷା କରିବାପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।  ଏହି ନିଷ୍ପତ୍ତି ଆସନ୍ତା ସପ୍ତାହରୁ କାର୍ଯ୍ୟକାରୀ ହୋଇପାରେ। ଏହି ତାଲିକାରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ସହିତ ଅନ୍ୟ ରାଷ୍ଟ୍ର ମଧ୍ୟ ଥାଇପାରନ୍ତି। କିନ୍ତୁ ତାହା ସ୍ପଷ୍ଟ ଜଣାପଡ଼ିନାହିଁ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ପ୍ରଥମ କାର୍ଯ୍ୟକାଳରେ ମଧ୍ୟ ଏହି ରିପବ୍ଲିକାନ୍‌ ରାଷ୍ଟ୍ରପତି ୭ ମୁସଲମାନ ବହୁଳ ରାଷ୍ଟ୍ରର ଯାତ୍ରା ନିଷିଦ୍ଧ କରିଥିଲେ।  କିନ୍ତୁ ୨୦୨୧ରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ‌ଜୋ ବାଇଡେନ୍‌ ଏହି ନିର୍ଦ୍ଦେଶକୁ ଉଠାଇ ଦେଇଥିଲେ।  ଏହା ଆମ ଜାତୀୟ ବିବେକ ଉପରେ ଏକ ଦାଗ ବୋଲି ବାଇଡେନ୍‌ କହିଥିଲେ।  ଟ୍ରମ୍ପ ପ୍ରଶାସନର ନୂଆ କଟକଣା ପାଇଁ  ଆଫଗାନିସ୍ତାନର ହଜାର ହଜାର ଲୋକ ଯେଉଁମାନେ ଆମେରିକାରେ ଶରଣାର୍ଥୀ ଭାବେ ରହିବାପାଇଁ ଯୋଜନା କରିଥିଲେ ସେମାନେ  ପ୍ରଭାବିତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe