୫୦୦,୦୦୦ରୁ ଅଧିକ ରେମଡେସିବିର୍ ଡୋଜ କିଣିନେଲା ଆମେରିକା, ୩ମାସ ପାଇଁ ଅନ୍ୟ ଦେଶ ପାଇବେ ନାହିଁ ଏହି କରୋନା ରକ୍ଷାକାରୀ ଔଷଧ

Advertisment
୫୦୦,୦୦୦ରୁ ଅଧିକ ରେମଡେସିବିର୍ ଡୋଜ କିଣିନେଲା ଆମେରିକା, ୩ମାସ ପାଇଁ ଅନ୍ୟ ଦେଶ ପାଇବେ ନାହିଁ ଏହି କରୋନା ରକ୍ଷାକାରୀ ଔଷଧ

indiatoday

ନୂଆଦିଲ୍ଲୀ: କୋଭିଡ -୧୯କୁ ହରାଇବାରେ ସଫଳ ହୋଇଥିବା ଔଷଧ ରେମଡେସିବିରର ପ୍ରାୟ ସମସ୍ତ ଷ୍ଟକକୁ ଆମେରିକା ପରବର୍ତ୍ତୀ ତିନିମାସ ପାଇଁ କ୍ରୟ କରିଛି | ଏଭଳି ହେବା ଦ୍ୱାରା ବ୍ରିଟେନ, ୟୁରୋପ କିମ୍ବା ବିଶ୍ୱର ଅଧିକାଂଶ ଦେଶ ଏହି ଔଷଧ ପାଇଁ ପାରିବେ ନାହିଁ। ଟ୍ରମ୍ପ ପ୍ରଶାସନ ବର୍ତ୍ତମାନ ୫୦୦,୦୦୦ରୁ ଅଧିକ ରେମଡେସିବିର ଡୋଜ୍ କିଣିଛି | ଆମେରିକା ରେମଡେସିବିର ପ୍ରସ୍ତୁତକାରୀ କମ୍ପାନୀ ଗିଲିଡଠାରୁ ଜୁଲାଇ ମାସର ସମସ୍ତ ଉତ୍ପାଦନକୁ କିଣିବା ସହ ଅଗଷ୍ଟ ଏବଂ ସେପ୍ଟେମ୍ବର ପାଇଁ ୯୦ପ୍ରତିଶତ ଉତ୍ପାଦନକୁ କିଣି ନେଇଥିବା ଜଣା ପଡିଛି।

Gilead Sciences HQ theguardian

ଆମେରିକାରେ ଆକ୍ରାନ୍ତଙ୍କ ସହ ମୃତ୍ୟୁ ସଂଖ୍ୟା ବଢୁଥିବା ହେତୁ ଆମେରିକା ଏଭଳି କରିଛି | ଏହା ପୂର୍ବରୁ ଟ୍ରମ୍ପ ପ୍ରଶାସନ ଦର୍ଶାଇ ସାରିଛି ଯେ, ଆମେରିକା ପାଇଁ ଆବଶ୍ୟକ ଚିକିତ୍ସା ସାମଗ୍ରୀ ସୁରକ୍ଷିତ ରଖିବା ପାଇଁ ଏହା ଅନ୍ୟ ସମସ୍ତ ଦେଶକୁ ବହିଷ୍କାର କରିବା ପାଇଁ ପ୍ରସ୍ତୁତ, ଯାହା ଏବେ ଆମେରିକା ପ୍ରମାଣ କରିଛି | ଏକା ସାଙ୍ଗରେ ୫୦୦,୦୦୦ରୁ ଅଧିକ ରେମଡେସିବିର ଡୋଜ୍ କିଣିବା ଦ୍ୱାରା ଅନ୍ୟ ଦେଶ ମାନେ ଏବେ ଏହି ଔଷଧ ପାଇ ପାରିବେ ନାହିଁ | ଆଗକୁ ସଂକ୍ରମଣ ସଂଖ୍ୟା ବଢିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାଇ ଦେଇଥିବା ବେଳେ ଆମେରିକା ଏଭଳି ସବୁ ଡୋଜ୍ କିଣିନେବା ଖବର ଅନେକ ଦେଶକୁ ଭୟଭୀତ କରିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe