ବିଜୁଳି ରପ୍ତାନି ବନ୍ଦ ପାଇଁ କାନାଡାର ଧମକ ପରେ ରାଗିଗଲେ ଟ୍ରମ୍ପ

ଆମେରିକାକୁ ବିଜୁଳି ରପ୍ତାନି ବନ୍ଦ କରିବ ବୋଲି କାନାଡାର ଧମକ ପରେ ରାଗିଯାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ପରେ ସେ କାନାଡା ଉପରେ ଦୁଇଗୁଣ ଶୁଳକ ବସାଇବାକୁ ଘୋଷଣା କରିଛନ୍ତି । 

donald-trump

donald-trump

ଓ୍ବାସିଂଟନ : ଆମେରିକାକୁ ବିଜୁଳି ରପ୍ତାନି ବନ୍ଦ କରିବ ବୋଲି କାନାଡାର ଧମକ ପରେ ରାଗିଯାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ପରେ ସେ କାନାଡା ଉପରେ ଦୁଇଗୁଣ ଶୁଳକ ବସାଇବାକୁ ଘୋଷଣା କରିଛନ୍ତି । 

 ମଙ୍ଗଳବାର ଦିନ ସେ ଘୋଷଣା କରିଛନ୍ତି ଯେ କାନାଡାର ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦ ଉପରେ ଶୁଳ୍କ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରାଯିବ । ଏହା ଫଳରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଟ୍ରମ୍ପ କହିଛନ୍ତି ଯେ ଶୁଳ୍କ ବୃଦ୍ଧି ବୁଧବାରଠାରୁ ଲାଗୁ ହେବ। ସେ ଉଲ୍ଲେଖ କରିଛନ୍ତି ଯେ ଆମେରିକାକୁ ବିକ୍ରି ହେଉଥିବା ବିଦ୍ୟୁତ ମୂଲ୍ୟ ବୃଦ୍ଧି ପାଇଁ ଅଣ୍ଟାରିଓ ପ୍ରାଦେଶିକ ସରକାରଙ୍କ ନିଷ୍ପତ୍ତିର ପ୍ରତିକ୍ରିୟା ହେଉଛି ଆମେରିକା ରାଷ୍ଟ୍ରପତି ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ୍'ରେ ପୋଷ୍ଟ କରିଛନ୍ତି ଯେ ସେ କାନାଡାରୁ ଆସୁଥିବା ସମସ୍ତ ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ତାଙ୍କ ବାଣିଜ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱର ସବୁଠାରୁ ଅଧିକ ଶୁଳ୍କ ଲଗାଇଥିବା ଦେଶମାନଙ୍କ ମଧ୍ୟରୁ ଏହା ଅନ୍ୟତମ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe