ଇାରାନ୍‌ ଯୋଗାଇଥିବା ଡ୍ରୋନ୍‌ ଆକ୍ରମଣରେ ଆମେରିକୀୟ କଣ୍ଟ୍ରାକ୍ଟର୍‌ ମୃତ; ସିରିୟା ଉପରେ ବିମାନ ଆକ୍ରମଣ କଲା ଆମେରିକା

ଇାରାନ୍‌ ଯୋଗାଇଥିବା ଡ୍ରୋନ୍‌ ଆକ୍ରମଣରେ ଆମେରିକୀୟ କଣ୍ଟ୍ରାକ୍ଟର୍‌ ମୃତ; ସିରିୟା ଉପରେ ବିମାନ ଆକ୍ରମଣ କଲା ଆମେରିକା

Image Courtesy of India Today

ଚେନ୍ନାଇ: ଇରାନ୍‌ ସମର୍ଥିତ ଉଗ୍ରବାଦୀମାନଙ୍କ ଭୟାବହ ଡ୍ରୋନ୍‌ ଆକ୍ରମଣରେ ଜଣେ ଆମେରିକୀୟ ଠିକାଦାରଙ୍କ ମୃତ୍ୟୁ ଘଟିବା ଯୋଗୁଁ ଗୁରୁବାର ଦିନ ଆମେରିକା ସେନା ସିରିୟାରେ ଏକାଧିକ ସ୍ଥାନରେ ଥିବା ଉକ୍ତ ଉଗ୍ରବାଦୀମାନଙ୍କ ଉପରେ ବିମାନ ଆକ୍ରମଣ କରିଛି।

ଇରାନ୍‌ ନେତୃତ୍ବାଧୀନ ଉପରୋକ୍ତ ଡ୍ରୋନ୍‌ ଆକ୍ରମଣରେ ଆଉ ଜଣେ ଠିକାଦରଙ୍କ ସମେତ ୫ଜଣ ଆମେରିକୀୟ ସୈନିକ ମଧ୍ୟ ଆହତ ହୋଇଥିଲେ।

ଉକ୍ତ ଆମେରିକୀୟ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣ ଏବଂ ସେଥିପାଇଁ ନିଆଯାଇଥିବା ପ୍ରତିଶୋଧ କଥା ଗୁରୁବାର ରାତିରେ ‘ପେଣ୍ଟାଗନ୍‌’ ଘୋଷଣା କରିଥିଲା।

ଗୁରୁବାର ଅପରାହ୍ଣ ପ୍ରାୟ ୧.୩୮ ସମୟରେ ଉତ୍ତରପୂର୍ବ ସିରିୟା ଅନ୍ତର୍ଗତ ହାସାକା ନିକଟରେ ଥିବା ‘କୋଆଲିସନ୍‌ ବେସ୍‌’ରେ (ମିଳିତ ଅସ୍ଥାୟୀ ଶିବିର) ଆମେରିକୀୟ ନାଗରିକମାନଙ୍କ ଉପରେ ଆକ୍ରମଣ ସଙ୍ଗଠିତ ହୋଇଥିଲା। ଆକ୍ରମଣକାରୀ ଡ୍ରୋନ୍‌ଟି ଇରାନ୍‌ଦ୍ବାରା ନିର୍ମିତ ବୋଲି ଆମେରିକୀୟ ଗୁଇନ୍ଦା କହିଥିବା କଥା ‘ପେଣ୍ଟାଗନ୍’ କହିଛି।

publive-image Image Courtesy of Business Today

ଆମେରିକାର ପ୍ରତିରକ୍ଷା ସଚିବ ଲିୟଡ୍‌ ଅଷ୍ଟିନ୍‌ କହିଛନ୍ତି, ରାଷ୍ଟ୍ରପତି ଜୋ’ ବାଇଡେନ୍‌ଙ୍କ ନିର୍ଦେଶକ୍ରମେ ପ୍ରତିଶୋଧାତ୍ମକ ବିମାନ ଆକ୍ରମଣ କରାଯାଇଥିଲା। ଇରାନ୍‌ର ‘ଇସ୍‌ଲାମିକ୍‌ ରିଭୋଲ୍ୟୁନାରି ଗାର୍ଡସ୍‌ କର୍ପସ୍‌’ର ସହଯୋଗୀ ସଙ୍ଗଠନଗୁଡ଼ିକଦ୍ବାରା ବ୍ୟବହୃତ ଅଟ୍ଟାଳିକା ଉପରେ ଏହି ବିମାନ ଆକ୍ରମଣ ସଂଗଠିତ ହୋଇଥିଲା।

ଏ ସଂକ୍ରାନ୍ତରେ ଜାରି କରାଯାଇଥିବା ବିବୃତିରେ ଅଷ୍ଟିନ୍‌ କହିଛନ୍ତି, ଆଜି ଏବଂ ନିକଟ ଅତୀତରେ ସିରିୟାରେ ଥିବା ମିଳିତ ସେନା ଉପରେ କରାଯାଇଥିବା କେତେଗୁଡ଼ିଏ ଆକ୍ରମଣର ପ୍ରତ୍ୟୁତ୍ତର ଭାବେ ‘ଇସ୍‌ଲାମିକ୍‌ ରିଭୋଲ୍ୟୁନାରି ଗାର୍ଡସ୍‌ କର୍ପସ୍‌’ର ସହଯୋଗୀ ସଙ୍ଗଠନଗୁଡ଼ିକ ଉପରେ ଆଜି ବିମାନ ଆକ୍ରମଣ କରାଯାଇଥିଲା।

ଆମ ସୈନିକମାନଙ୍କୁ ଆକ୍ରମଣ କରିଥିବା ଉଗ୍ରବାଦୀ ସଙ୍ଗଠନ ସବୁ ତ୍ରାହି ପାଇବେ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe