‘ଫାଇଜର୍‌-ବାୟୋଏନ୍‌ଟେକ୍‌’ କୋଭିଡ୍‌ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା ଆମେରିକା

Advertisment
ଆମେରିକାରେ ଫାଇଜର ଟିକା ନେଇଥିବା ୪,୪୦୦ ଜଣଙ୍କଠାରେ ସାଂଘାତିକ ପାର୍ଶ୍ବ ପ୍ରତିକ୍ରିୟା

Image Courtesy of NDTV

ଓ୍ଵାସିଂଟନ୍‌: ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ‘ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେନ୍‌’ ‘ଫାଇଜର୍‌-ବାୟୋଏନ୍‌ଟେକ୍‌’ କୋଭିଡ୍‌ ଟିକାର ଜରୁରୀକାଳୀନ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରିଛି। ତେଣୁ ସମଗ୍ର ଆମେରିକାରେ ଖୁବ୍‌ ଶୀଘ୍ର ଏହି ଟିକା ଜରୁରୀକାଳୀନ ବ୍ୟବହାର ପାଇଁ ଉପଲବ୍ଧ ହେବ।

କୋଭିଡ୍‌-୧୯ ପ୍ରତିରୋଧ କରିବା ଲାଗି ‘ଫାଇଜର୍‌-ବାୟୋଏନ୍‌ଟେକ୍‌’ କୋଭିଡ୍‌-୧୯ ଟିକାର ଜରୁରୀକାଳୀନ ବ୍ୟବହାର କରିବାକୁ ମୁଁ ଅନୁମତି ପ୍ରଦାନ କରୁଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକା ‘ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେନ୍‌’ରୁ ମୁଖ୍ୟ ବୈଜ୍ଞାନିକ ଡେନିଜ୍‌ ହିନ୍‌ଟନ୍‌ ‘ଫାଇଜର୍‌’ କମ୍ପାନିର ଜଣେ କାର୍ଯ୍ୟନିର୍ବାହୀଙ୍କୁ ଏକ ପତ୍ରରେ ଲେଖିଛନ୍ତି।

publive-image Image Courtesy of India Today

ଯୁକ୍ତରାଷ୍ଟ୍ର ଆମେରିକାର ଏହି ପ୍ରଥମ ଟିକା ୨୪ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଦିଆଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ୍‌ କହିଛନ୍ତି। ଟୁଇଟର୍‌ରେ ରିଲିଜ୍‌ ହୋଇଥିବା ଏକ ଟେଲିଭିଜନ୍‌ ଅଭିଭାଷଣରେ ଟ୍ରମ୍ପ୍‌ କହିଛନ୍ତି, ୨୪ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ପ୍ରଥମ ଟିକାଟି ଦିଆଯିବ।

‘ଫେଡ୍‌ଏକ୍ସ୍‍’ ଏବଂ ‘ୟୁପିଏସ୍‌’ ଜରିଆରେ ଆମେ ଏହି ଟିକା ଦେଶର ପ୍ରତ୍ୟେକ ରାଜ୍ୟ ଏବଂ ଜିପ୍‌ କୋଡ୍‌କୁ ପଠାଇ ସାରିଛୁ। କେଉଁ ରାଜ୍ୟ ରାଜ୍ୟରେ କିଏ ପ୍ରଥମେ ଏହି ଟିକା ନେବ, ତାହା ସମ୍ପୃକ୍ତ ରାଜ୍ୟର ଗଭର୍ଣ୍ଣନର୍‌ମାନେ ସ୍ଥିର କରିବେ।

ଆମେ ଚାହୁଁ ଆମର ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟ ସେବା କର୍ମୀ ଏବଂ ଜରୁରୀ ପରିସ୍ଥିତି ମୁକାବିଲା କରୁଥିବା କର୍ମଚାରୀମାନେ ପ୍ରଥମେ ଏହି ଟିକା ନିଅନ୍ତୁ। ଏହାଦ୍ୱାରା ତୁରନ୍ତ ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବା ସଂଖ୍ୟା ହ୍ରାସ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe