‘ୱାନ୍‌-ଚାଇନା ପଲିସି’ ପ୍ରତି ଆମେରିକା ପ୍ରତିବଦ୍ଧ; ତାଇୱାନ୍‌ ସ୍ବାଧୀନତା ପ୍ରତି ସମର୍ଥନ କରେନାହିଁ: ନେଡ୍‌ ପ୍ରାଇସ୍‌

‘ୱାନ୍‌-ଚାଇନା ପଲିସି’ ପ୍ରତି ଆମେରିକା ପ୍ରତିବଦ୍ଧ; ତାଇୱାନ୍‌ ସ୍ବାଧୀନତା ପ୍ରତି ସମର୍ଥନ କରେନାହିଁ: ନେଡ୍‌ ପ୍ରାଇସ୍‌

Image Courtesy of India Today

ୱାସିଂଟନ୍‌: ‘ୱାନ୍‌-ଚାଇନା ପଲିସି’ ପ୍ରତି ଆମେରିକା ପ୍ରତିବଦ୍ଧ ରହି ଆସିଛି ଏବଂ ତାଇୱାନ୍‌ର ସ୍ବାଧୀନତା ପ୍ରତି ତା’ର ସମର୍ଥନ ନାହିଁ ବୋଲି ଶୁକ୍ରବାର ଦିନ ବୈଦେଶିକ ବିଭାଗର ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି।

କିନ୍ତୁ, ଚୀନ୍‌-ତାଇୱାନ୍‌ ବିବାଦକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରାଯିବା ଉଚିତ ବୋଲି ସେ କହିଛନ୍ତି।

ଟୁଇଟ୍‌ କରି ନେଡ୍‌ ପ୍ରାଇସ୍‌ ଲେଖିଛନ୍ତି: ଆମ ‘ୱାନ୍‌-ଚାଇନା ପଲିସି’ ପ୍ରତି ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିବଦ୍ଧ ରହିଛି। ସ୍ଥିତାବସ୍ଥା ଉପରେ ଉଭୟ ପକ୍ଷରୁ ଆମେ ଯେକୌଣସି ପ୍ରକାରର ଏକତରଫା ପରିବର୍ତ୍ତନକୁ ବିରୋଧ କରୁଛୁ। ତାଇୱାନ୍‌ର ସ୍ବାଧୀନତା ପ୍ରତି ଆମର ସମର୍ଥନ ନାହିଁ। ଚୀନ୍‌ ଓ ତାଇୱାନ୍‌ ମଧ୍ୟରେ ଥିବା ମତପାର୍ଥକ୍ୟ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରାଯାଇପାରିବ ବୋଲି ଆଶା କରୁଛି।

publive-image Image Courtesy of South China Morning Post

ସେ ଆହୁରି ମଧ୍ୟ ଲେଖିଛନ୍ତି, ଆର୍ଥିକ ଏବଂ ବାଣିଜ୍ୟିକ ସମ୍ପର୍କର ଅଗ୍ରଗତି ବଜାୟ ରଖିବା ସମେତ ଦ୍ବୀପ ଦେଶ ତାଇୱାନ୍‌ ସହିତ ସମ୍ପର୍କ ନିବିଡ଼ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ତା’ର ‘ୱାନ୍‌-ଚାଇନା ପଲିସି’ ପ୍ରତି ପ୍ରତିବଦ୍ଧ ରହିବ।

ତେଣେ, ‘ୟୁଏସ୍‌ ଇଣ୍ଡୋ-ପେସିଫିକ୍‌’ ସମନ୍ବୟ ରକ୍ଷାକର୍ତ୍ତା କର୍ଟ କ୍ୟାମ୍ପ୍‌ବେଲ୍‌ କହିଛନ୍ତି କି, ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ଗୃହର ବାଚସ୍ପତି ନେନ୍‌ସି ପିଲୋସିଙ୍କ ତାଇୱାନ୍‌ ଗସ୍ତ ପ୍ରତି ଚୀନ୍‌ ଅତିମାତ୍ରାରେ ପ୍ରତିକ୍ରିୟାଶୀଳ ହେଉଛି। ତା’ର କାର୍ଯ୍ୟାନୁଷ୍ଠାନ କ୍ରୋଧ ଉଦ୍ରେକକାରୀ, ଅସ୍ଥିରତା ସୃଷ୍ଟିକାରୀ ଏବଂ ଅଭୂତପୂର୍ବ ଭଳି ମନେହେଉଛି।

ନେନ୍‌ସି ପିଲୋସି ଓ ତାଙ୍କ ପରିବାର ପ୍ରତି ବେଜିଙ୍ଗ୍‌ ଜାରି କରିଥିବା କଟକଣାକୁ ମଧ୍ୟ କ୍ୟାମ୍ପ୍‌ବେଲ୍‌ ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe