ଅଷ୍ଟ୍ରେଲିଆରେ କରୋନାଭାଇରସ୍ ଟିକାର ମାନବ ପରୀକ୍ଷଣ ଆରମ୍ଭ କଲା ଆମେରିକୀୟ କମ୍ପାନି

Advertisment
ଅଷ୍ଟ୍ରେଲିଆରେ କରୋନାଭାଇରସ୍ ଟିକାର ମାନବ ପରୀକ୍ଷଣ ଆରମ୍ଭ କଲା ଆମେରିକୀୟ କମ୍ପାନି

କ୍ୟାନ୍‌ବେରା: ଯୁକ୍ତରାଷ୍ଟ୍ର ଆମେରିକାର ବାୟୋଟେକ୍ନୋଲୋଜି କମ୍ପାନି ‘ନୋଭାଭ୍ୟାକ୍ସ୍’ ମଙ୍ଗଳବାର ଦିନ ଅଷ୍ଟ୍ରେଲିଆରେ ଲୋକମାନଙ୍କୁ ଭୂତାଣୁଯୁକ୍ତ କରୋନାଭାଇରସ୍ ଟିକା ଦେଇଛି। ଏହା ଫଳପ୍ରଦ ହେଲେ ଚଳିତ ବର୍ଷ ଉକ୍ତ ଟିକା ବଜାରକୁ ଛଡ଼ାଯିବ।

ଟିକାର ନିରାପତ୍ତା ବା ନିର୍ବିଘ୍ନତା ଜାଣିବାକୁ ପରୀକ୍ଷାମୂଳକ ଭାବେ ପ୍ରଥମ ପର୍ଯ୍ୟାୟରେ ‘ନୋଭାଭ୍ୟାକ୍ସ୍’ ୧୩୧ଜଣଙ୍କୁ ସ୍ବେଚ୍ଛାସେବୀଙ୍କୁ ଏହି ଟିକା ଦେବ। ଏହା କେତେ ଦୂର ସୁଫଳ ଦେଉଛି ତାହା ମଧ୍ୟ ଲକ୍ଷ୍ୟ କରାଯିବ ବୋଲି କମ୍ପାନିର ଗବେଷଣା ମୁଖ୍ୟ ଡାକ୍ତର ଗ୍ରେଗୋରି ଗ୍ଲେନ୍ କହିଛନ୍ତି।

publive-image Image Source: Mumbai Mirror

ମେଲବର୍ଣ୍ଣ ଏବଂ ବ୍ରିସ୍‌ବେନ୍ ଠାରେ କରାଯାଇଥିବା ଏହି ପ୍ରଥମ ପର୍ଯ୍ୟାୟ ଟିକା ପରୀକ୍ଷଣର ଫଳାଫଳ ଜୁଲାଇ ମାସରେ ଜଣାପଡ଼ିବ ବୋଲି ନୋଭାଭ୍ୟାକ୍ସ୍ କହିଛି। ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣରେ ଆଉ କେତେଗୁଡ଼ିଏ ଦେଶରେ ଏହି ଟିକା ପରୀକ୍ଷଣ କରାଯିବ।

publive-image Image Source: The Times of India

ଏଠାରେ ପ୍ରକାଶଯୋଗ୍ୟ କି, ଚୀନ୍, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପ୍‌ରେ କରୋନାଭାଇରସ୍ ବିପକ୍ଷରେ କେତେଗୁଡ଼ିଏ ଟିକା ପରୀକ୍ଷଣର ପ୍ରାଥମିକ ପର୍ଯ୍ୟାୟରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ କେହି ନିର୍ବିଘ୍ନ ଏବଂ ଫଳପ୍ରସୁ ହେବ କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ, ଏହି ଟିକାଗୁଡ଼ିକ ବିଭିନ୍ନ ଉପାୟ ଏବଂ ବିଭିନ୍ନ ପ୍ରଯୁକ୍ତିବିଦ୍ୟା ଆଧାରରେ ପ୍ରସ୍ତୁତି କରାଯାଉଛି। ସେଥିରୁ ଅନ୍ୟୂନ ଗୋଟିଏ ସଫଳ ହେବ ବୋଲି ଅଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe