Image Source: The Times of India
ଓ୍ଵାସିଂଟନ୍: କେନ୍ଦ୍ରୀୟ ଚୀନ୍ ସହର ଉହାନ୍ରେ ଚିହ୍ନଟ କରାଯାଇଥିବା ନୂଆ ଭୂତାଣୁ ଦ୍ୱାରା ଜଣେ ଆମେରିକୀୟ ଆକ୍ରାନ୍ତ ହୋଇଥିବା କଥା ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷମାନେ କହିଛନ୍ତି। ଫଳରେ ବିମାନବନ୍ଦରରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ବ୍ୟବସ୍ଥା ତୀବ୍ରତର କରାଯାଇଛି।
‘ଉହାନ୍ କରୋନାଭାଇରସ୍’ ସଂକ୍ରମିତ ସେ ୩୦ ବର୍ଷିୟ ଆମେରିକୀୟ ବ୍ୟକ୍ତି ସିଟ୍ଲ୍ ନିକଟରେ ବସବାସ କରନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା କଥା ଫେଡେରାଲ୍ ଏବଂ ଷ୍ଟେଟ୍ ଅଧିକାରୀମାନେ କହିଛନ୍ତି।
ଓ୍ଵାସିଂଟନ୍ ଷ୍ଟେଟ୍ର ସ୍ୱାସ୍ଥ୍ୟ ଅଧିକାରୀ କ୍ରିସ୍ ସ୍ପିଟର୍ସ କହିଛନ୍ତି: ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଲୋକଟିର ଚିକିତ୍ସା କରାଯାଉଛି। ସେ ଅତ୍ୟନ୍ତ ଗୁରୁତର ହୋଇ ନ ଥିବାରୁ ସ୍ୱଳ୍ପକାଳ ଲାଗି ତତ୍ତ୍ୱାବଧାନରେ ରହିବେ।
Image Source: Yahoo Newsଚିକିତ୍ସାଧୀନ ବ୍ୟକ୍ତିଜଣକ ଯୁକ୍ତରାଷ୍ଟ୍ର ଆମେରିକାରୁ ଉହାନ୍ ଯାଇଥିଲେ, କିନ୍ତୁ ସେ ‘ସିଫୁଡ୍’ ବଜାରକୁ ଯାଇ ନାହାନ୍ତି। ଏହି ବଜାର ହିଁ ଭୂତାଣୁ ବ୍ୟାପିବାର ମୁଖ୍ୟ ସ୍ଥାନ ବୋଲି ବିଶ୍ୱାସ କରାଯାଉଛି।
ଏହି ଭାଇରସ୍ ଦ୍ୱାରା ଚୀନ୍ରେ ୪୦୦ରୁ ଅଧିକ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି ଏବଂ ୯ଜଣଙ୍କର ମୃତ୍ୟୁ ଘଟିଥିବା କଥା କୁହାଯାଉଛି।
ଚୀନ୍ରେ ‘ଚାନ୍ଦ୍ର ନବବର୍ଷ ଅବକାଶ’ (ଲୁନାର ନିଉ ଇୟର୍ ହଲିଡେ) ଆସୁଥିବାରୁ ହଜାର ହଜାର ଲୋକ ପର୍ଯ୍ୟଟନରେ ବାହାରୁଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକା ଛଡ଼ା ଦକ୍ଷିଣ କୋରିଆ, ଥାଇଲାଣ୍ଡ୍ ଏବଂ ଜାପାନକୁ ମଧ୍ୟ ଏହି ଭୂତାଣୁ ଯାଇଥିବା ଖବର ମିଳିଛି।
Follow Us