ତିନି ବର୍ଷୀୟ ହଜିଲା ବାଳିକା ସଦୃଶ ଶବ ପାଇଛନ୍ତି ଆମରିକୀୟ ପୁଲିସ

Advertisment
ତିନି ବର୍ଷୀୟ ହଜିଲା ବାଳିକା ସଦୃଶ ଶବ ପାଇଛନ୍ତି ଆମରିକୀୟ ପୁଲିସ

Image Courtesy of Deccan Chronicle

ହଷ୍ଟନ୍‌: ଦୁଇ ସପ୍ତାହ ତଳେ କ୍ଷୀର ନ ପିଇବାରୁ ପାଳିତ ବାପ ବିଳମ୍ବିତ ରାତ୍ରିରେ ଏକୁଟିଆ ପଦାରେ ଠିଆ କରାଇଥିବା ତିନି ବର୍ଷୀୟ ଭାରତୀୟ ବାଳିକା ସେରିନ୍‌ ମାଥୁସ୍‌ ପରି ଦିଶୁଥିବା ଏକ ବାଳିକାର ଶବ ପାଇଥିବା କଥା ପୁଲିସ କହିଛି।

ରବିବାର ଦିନ ରିଚାର୍ଡସନ୍‌ ପୁଲିସ ଘୋଷଣା କରିଛି ଯେ ରାସ୍ତା ତଳେ ଥିବା ଟନେଲ୍‌ରୁ ସେମାନେ ଜଣେ ବାଳିକାର ଶବ ପାଇଛନ୍ତି। ତା’ର ଚେହେରା ପ୍ରାୟ ମାଥ୍ୟୁସ୍‌ ପରି ଦିଶୁଛି। କିନ୍ତୁ, ସେମାନେ ତା’ର ପରିଚୟ ସମ୍ବନ୍ଧରେ ନିଶ୍ଚିତ ନ ଥିବା କଥା ଜଣାଇଛନ୍ତି। ମାଥ୍ୟୁସ୍‌ଙ୍କ ଘର ଠାରୁ ଅଧ ମାଇଲ୍‌ ଦୂରରେ ଥିବା ଏକ ଛୋଟ ପୋଲ ତଳୁ ସନ୍ଧାନୀ କୁକୁରଙ୍କ ସହାୟତାରେ ଶବଟି ମିଳିଥିଲା। ବାଳିକାଟି କିଭଳି ମରିଛି ସେ ବିଷୟରେ ପୁଲିସ କୌଣସି ବିଶେଷ ବିବରଣୀ ଦେଇ ନାହିଁ।

କିନ୍ତୁ, ସେମାନେ ସୂଚନା ଦେଇଛନ୍ତି ଯେ ମାଥ୍ୟୁସ୍‌ ଛଡ଼ା ଅନ୍ୟ କାହାରି ଶବ ମିଳିଛି ବୋଲି ବିଶ୍ୱାସ କରିବାର କୌଣସି କାରଣ ନାହିଁ। ଚିହ୍ନଟ ପ୍ରକ୍ରିୟା ଚାଲିଛି। ମୃତ୍ୟୁର କାରଣ ନିଶ୍ଚିତ କରିବାକୁ ଡାକ୍ତରୀ ପରୀକ୍ଷକମାନେ କାମ କରୁଛନ୍ତି।

ପିଲାଟିକୁ ପରିତ୍ୟାଗ କରିବା ଅଥବା ତାକୁ ବିପଦ୍‌କୁ ଠେଲିଦେବା ଅଭିଯୋଗରେ ସେରିନ୍‌ଙ୍କର ପାଳିତ ପିତା ୩୭ ବର୍ଷିୟ େଓ୍ଵସ୍‌ଲି ମାଥ୍ୟୁସ୍‌ଙ୍କୁ ଗିରଫ କରାଯାଇଥିଲା। ଦିନକ ପରେ, ୨୫୦, ୦୦୦ ଡଲାର୍‌ ବଣ୍ଡ୍‌ ପୋଷ୍ଟ କରିବା ପରେ ତାଙ୍କୁ ହାଜତରୁ ଛଡ଼ା ଯାଇଥିଲା।

ଦୁଇ ବର୍ଷ ପୂର୍ବେ ମାଥ୍ୟୁସ୍‌ ପରିବାର ଏକ ଭାରତୀୟ ଅନାଥାଶ୍ରମରୁ ସେରିନ୍‌ଙ୍କୁ ପୋଷ୍ୟା କନ୍ୟା କରି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe