ସ୍ବାସ୍ଥ୍ୟ ବିଶେଷଜ୍ଞ ଆଣ୍ଟୋନି ଫାଉଚିଙ୍କ ଚେତାବନୀ: ଆମେରିକାରେ ଦୈନିକ ୧ଲକ୍ଷ ନୂଆ କରୋନାଭାଇରସ୍ ସଂକ୍ରମଣ ହୋଇପାରେ

Advertisment
ସ୍ବାସ୍ଥ୍ୟ ବିଶେଷଜ୍ଞ ଆଣ୍ଟୋନି ଫାଉଚିଙ୍କ ଚେତାବନୀ: ଆମେରିକାରେ ଦୈନିକ ୧ଲକ୍ଷ ନୂଆ କରୋନାଭାଇରସ୍ ସଂକ୍ରମଣ ହୋଇପାରେ

Image Courtesy of Firstpost

ୱାସିଂଟନ୍: ଲୋକେ ସୁରକ୍ଷା ନିୟମ ଅନୁସରଣ କରିବାରେ ବିଫଳ ହେଲେ ଯୁକ୍ତରାଷ୍ଟ୍ର ଆମେରିକାରେ ଦୈନିକ ଏକ ଲକ୍ଷ ନୂତନ ସଂକ୍ରମଣ ଦେଖା ଦେଇପାରେ ବୋଲି କରୋନାଭାଇରସ୍ ଟାସ୍କ୍‌ ଫୋର୍ସ ସଦସ୍ୟ ଡାକ୍ତର ଆଣ୍ଟୋନି ଫାଉଚି ମଙ୍ଗଳବାର ଦିନ କହିଛନ୍ତି।

ସେ କହିଛନ୍ତି, ସମ୍ପ୍ରତି ଆମର ୪୦ ହଜାରରୁ ଅଧିକ ନୂଆ ସଂକ୍ରମଣ ରିପୋର୍ଟ ହେଉଛି। ଏହି ସଂଖ୍ୟା ହଠାତ୍ ବଦଳି ଯାଇ ୧ ଲକ୍ଷ ହେଲେ ମୁଁ ଆଚମ୍ବିତ ହେବିନାହିଁ। ମୁଁ ଖୁବ୍ ଚିନ୍ତିତ?

ସିନେଟ୍ ହେଲ୍‌ଥ୍ ଏଜୁକେସନ୍, ଲେବର ଆଣ୍ଡ୍ ପେନ୍‌ସନ୍ କମିଟିରେ ମହାମାରୀର ଶୁଣାଣି ସମୟରେ ଭାଷଣ ଦେବା ବେଳେ ଫାଉଚି ଏଭଳି ଚେତାବନୀ ଦେଇଛନ୍ତି।

publive-image Image Courtesy of Zee News

ମହାମାରୀ ନିୟନ୍ତ୍ରଣାଧୀନ ଅଛି କି, ନାହିଁ ପଚରା ଯିବାରୁ ସେ କହିଲେ, ଯାହା ହେଉଛି ସେଥିରେ ମୁଁ ସନ୍ତୁଷ୍ଟ ନୁହେଁ, କାରଣ ନୂତନ ସଂକ୍ରମଣ ରେଖାକୁ ଯଦି ଚାହିଁବ ଆମେ ଭୁଲ୍ ପଥରେ ଯାଉଥିବା ଜଣାପଡ଼ିବ। ତେଣୁ ଏପରିସ୍ଥଳେ ଆମକୁ କିଛି ପ୍ରତିକାର ବାକୁ ପଡ଼ିବ। ପୁଣି ତାହା ତୁରନ୍ତ କରାଯିବା ଆବଶ୍ୟକ…। ସତ କହିବାକୁ ଗଲେ ଏବେ ଆମେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିପାରିନାହୁଁ। ମହାମାରୀ ଖୁବ୍ ଚିନ୍ତାର କାରଣ ହେବାକୁ ଯାଉଛି। ସେ କଥା ମୁଁ ଦୃଢ଼ତାର ସହ କହୁଛି।

ଫାଉଚି କହିଲେ ଯେ, ଆମେରିକାରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ସତ୍ତ୍ବେ ଗୋଟିଏ ସ୍ଥାନରେ ବହୁସଂଖ୍ୟକ ଲୋକ ଏକତ୍ର ହେଉଛନ୍ତି ଏବଂ ମାସ୍କ୍ ପରିଧାନ କରୁନାହାନ୍ତି। ଆମେରିକୀୟମାନେ ରି-ଓପେନିଙ୍ଗ୍ ଗାଇଡ୍‌ଲାଇନ୍‌ ପ୍ରତି ଉଚିତ ଧ୍ୟାନ ଦେଉନାହାନ୍ତି। ଆମେ ଖୁବ୍ ଅସୁବିଧାରେ ପଡ଼ିବୁ। ଏ ସବୁ ବନ୍ଦ ନ ହେଲେ ଅନେକ କ୍ଷତି ହେବ। ମୋର ମନେହୁଏ, ମହାମାରୀ ମୂଳପୋଛ କରିବା ପାଇଁ ଆମକୁ ବ୍ୟକ୍ତିଗତ ଏବଂ ସାମାଜିକ ଉଦ୍ୟମର ଦାୟିତ୍ବ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। ଆମ ସମସ୍ତଙ୍କୁ ସେଥିରେ ଭାଗ ନେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe