‘ବ୍ଲାକ୍‌ଆଉଟ୍‌ ଚାଲେଞ୍ଜ୍‌’ରେ ଝିଅମାନେ ମରିବାରୁ ‘ଟିକ୍‌ ଟକ୍‌’ ବିରୋଧରେ ମାମଲା ଆରମ୍ଭ କଲା ଆମେରିକୀୟ ଅଦାଲତ

Advertisment
‘ବ୍ଲାକ୍‌ଆଉଟ୍‌ ଚାଲେଞ୍ଜ୍‌’ରେ ଝିଅମାନେ ମରିବାରୁ ‘ଟିକ୍‌ ଟକ୍‌’ ବିରୋଧରେ ମାମଲା ଆରମ୍ଭ କଲା ଆମେରିକୀୟ ଅଦାଲତ

Image Courtesy of India Today

ସାନ୍‌ ଫ୍ରାନ୍‌ସିସ୍‌କୋ: ‘ବ୍ଲାକ୍‌ଆଉଟ୍‌ ଚାଲେଞ୍ଜ୍‌’ରେ ଅଂଶ ଗ୍ରହଣ କରି ପିଲାମାନେ ମରିବା କାରଣରୁ ଭିଡିଓ-ସେୟାରିଙ୍ଗ୍‌ ପ୍ଲାଟ୍‌ଫର୍ମ ‘ଟିକ୍‌ ଟକ୍‌’ ବିରୋଧରେ କାଲିଫର୍ଣ୍ଣିଆରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ଗତ ସପ୍ତାହରେ ଲସ୍‌ ଏଞ୍ଜେଲ୍‌ସ୍‌ସ୍ଥିତ ‘ଷ୍ଟେଟ୍‌ କୋର୍ଟ’ରେ ଦାଏର ହୋଇଥିବା ମାମଲାରେ ଅଭିଯୋଗ ହୋଇଛି ଯେ, ‘ଟିକ୍‌ ଟକ୍‌’ ସଫ୍‌ଟ୍‌ୱେର୍‌ ଜାଣିଶୁଣି ଥରକୁ ଥର ‘ବ୍ଲାକ୍‌ଆଉଟ୍‌ ଚାଲେଞ୍ଜ୍‌’କୁ ପ୍ରସାରଣ କରାଉଛି। ଏଥିରେ ଅଂଶ ଗ୍ରହଣ କରି ଗତବର୍ଷ ଟେକ୍ସାସ୍‌ରେ ଜଣେ ୮ବର୍ଷୀୟ ଏବଂ ୱିସ୍‌କନ୍‌ସିନ୍‌ରେ ଜଣେ ୯ ବର୍ଷୀୟ ବାଳିକା ପ୍ରାଣ ହରାଇଥିଲେ।

ଉକ୍ତ ଦୁଇ ବାଳିକାଙ୍କ ପାଖକୁ ମାରାତ୍ମକ ବିଷୟବସ୍ତୁ ପଠାଇଥିବାରୁ ‘ଟିକ୍‌ ଟକ୍‌’କୁ ଉତ୍ତରଦାୟୀ କରାଯିବା ଉଚିତ ବୋଲି ‘ସୋସିଆଲ୍‌ ମିଡିଆ ଭିକ୍ଟିମ୍‌ ଲ’ ସେଣ୍ଟର୍‌’ର ମାଥ୍ୟୁ ବର୍ଗମ୍ୟାନ୍‌ କହିଛନ୍ତି। ‘ଟିକ୍‌ ଟକ୍‌’ ବିରୋଧରେ ‘ସୋସିଆଲ୍‌ ମିଡିଆ ଭିକ୍ଟିମ୍‌ ଲ’ ସେଣ୍ଟର୍‌’ ଉକ୍ତ ମାମଲା ରୁଜୁ କରିଛି।

ବ୍ୟବହାରକାରୀଙ୍କୁ ମୃତ୍ୟୁମୁଖକୁ ଟାଣି ନେବା ଭଳି ବିପଜ୍ଜନକ ବିଷୟବସ୍ତୁ ପ୍ରସାରଣ କରିହେବା ଭଳି ସଫ୍ଟୱେୟାର୍‌ ପ୍ରସ୍ତୁତ କରିବା ପାଇଁ ‘ଟିକ୍‌ ଟକ୍‌’ ଜାଣିଶୁଣି କୋଟି କୋଟି ଟଙ୍କା ବିନିଯୋଗ କରିଛି ବୋଲି ବର୍ଗମ୍ୟାନ୍‌ କହିଛନ୍ତି।

ଏହାଛଡ଼ା, ଇଟାଲି, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଦେଶରେ ମଧ୍ୟ ‘ଟିକ୍‌ ଟକ୍‌’ ‘ବ୍ଲାକ୍‌ଆଉଟ୍‌ ଚାଲେଞ୍ଜ୍‌’ରେ ଭାଗ ନେଇ ପିଲାମାନେ ଆତ୍ମହତ୍ୟା କରୁଥିବା କଥା ଉକ୍ତ ପିଟିସନ୍‌ରେ ଉଲ୍ଲେଖ ଅଛି। ‘ବ୍ଲାକ୍‌ଆଉଟ୍‌ ଚାଲେଞ୍ଜ୍‌’ ଭଳି ‘ଟିକ୍‌ ଟକ୍‌’ର ‘ସ୍କଲ୍‌ ବ୍ରେକର୍‌ ଚାଲେଞ୍ଜ୍‌’, ‘କରୋନାଭାଇରସ୍‌ ଚାଲେଞ୍ଜ୍‌’ ଏବଂ ‘ଫାୟାର୍‌ ଚାଲେଞ୍ଜ୍‌’ ଭଳି କେତେକ ବିପଜ୍ଜନକ ଗେମ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe