୭୦ ପାକିସ୍ତାନୀଙ୍କୁ ଏକ ସ୍ୱତନ୍ତ୍ର ବିମାନରେ ବସାଇ ଘରକୁ ପଠାଇଦେଲା ଆମେରିକା, ଆମେରିକାରେ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିଲେ

Advertisment
୭୦ ପାକିସ୍ତାନୀଙ୍କୁ ଏକ ସ୍ୱତନ୍ତ୍ର ବିମାନରେ ବସାଇ ଘରକୁ ପଠାଇଦେଲା ଆମେରିକା, ଆମେରିକାରେ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିଲେ

ଇସ୍ଲାମାବାଦ : ଆମେରିକାରେ ବେଆଇନ ଭାବେ ରହୁଥିବା ଓ ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ୭୦ ଜଣ ପାକିସ୍ତାନୀଙ୍କୁ  ପାକିସ୍ତାନ ପଠାଇଦେବାକୁ ଆମେରିକା ନିଷ୍ପତ୍ତି ନେଇଛି । ଏମାନଙ୍କୁ ଏକ ସ୍ୱତନ୍ତ୍ର ବିମାନରେ ବସାଇ ପାକିସ୍ତାନ ପଠାଇଦିଆଯିବ । ଏସଂପର୍କରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସୀ ସୂଚନା ଦେଇଛନ୍ତି ।

ଏହି ପାକିସ୍ତାନିମାନଙ୍କ ବିରୋଧରେ ଆମେରିକାରେ ବେଆଇନ କାର୍ଯ୍ୟକଳାପ, ଇମିଗ୍ରେସନ ସଂପର୍କିତ ନିୟମ ଉଲ୍ଲଙ୍ଘନ, ନିଶାଦ୍ରବ୍ୟ ଚାଲାଣ ଆଦି ଗୁରୁତର ଅପରାଧ ମାମଲା ଚାଲିଛି ।

ଗତ ମାସରେ ପାକିସ୍ତାନ ଉପରେ ଆମେରିକାର ଅବୈଧ ନାଗରିକ ସମ୍ପର୍କୀୟ ଆଇନ ଲାଗୁ କରିଥିଲା । ଏହି ଆଇନ ଅନୁସାରେ, ଆମେରିକାରୁ ପ୍ରତ୍ୟର୍ପଣ କରାଯାଇଥିବା ଓ ଭିସା ଅବଧି ଶେଷ ହେବା ପରେ ମଧ୍ୟ ନିଜ ନାଗରିକଙ୍କୁ ଯେଉଁ ଦେଶ ନେବାକୁ ମନା କରୁଛି, ତାଙ୍କ ନାଗରିକଙ୍କୁ ଆମେରିକୀୟ ଭିଜା ଦିଆଯିବ ନାହିଁ। ପାକିସ୍ତାନ ଆମେରିକାର ଏହି ଆଇନର ଅବହେଳା କରି ନିଜ ନାଗରିକଙ୍କୁ ନେବା ପାଇଁ ମନା କରିଦେଇଛି। ଯାହାପରେ ଆମେରିକା ଏହି ପଦକ୍ଷେପ ନେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe