ଆଣବିକ ବୋମା ପରୀକ୍ଷା ପାଇଁ ଆଲୋଚନା କରିଛି ଆମେରିକା: ରିପୋର୍ଟ

Advertisment
ଚୀନ୍‌ ବିରୋଧରେ ଆମେରିକାର ମୁସ୍‌ଲିମ୍‌ କାର୍ଡ, ସିନେଟ୍‌ରେ ଉଇଘର ମୁସ୍‌ଲିମ୍‌ ବିଲ୍‌ ପାରିତ

Image Courtesy of CNA

ନୂଆଦିଲ୍ଲୀ: ଆଣବିକ ବୋମା ପରୀକ୍ଷା କରାଯିବ କି, ନାହିଁ ଗତ ସପ୍ତାହରେ ଡୋନାଲ୍‌ଡ୍ ଟ୍ରମ୍ପ୍‌ଙ୍କ ନେତୃତ୍ବାଧୀନ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନ ଆଲୋଚନା କରିଛି। ଯଦି ପରୀକ୍ଷା କରାଯାଏ ଏହା ହେବ ୧୯୯୨ ମସିହା ସେପ୍ଟେମ୍ବର ପରେ ଆମେରିକାର ପ୍ରଥମ ପରମାଣୁ ବୋମାର ପରୀକ୍ଷାମୂଳକ ବିସ୍ଫୋରଣ। ଜଣେ ବରିଷ୍ଠ ଆମେରିକୀୟ ସରକାରୀ ଅଧିକାରୀ ଏବଂ ଦୁଇଜଣ ପୂର୍ବତନ ଅଧିକାରୀଙ୍କ ଠାରୁ ଏ ସଂକ୍ରାନ୍ତରେ ସୂଚନା ପାଇ ‘ୱାସିଂଟନ୍ ପୋଷ୍ଟ୍’ ଖବର ପ୍ରକାଶ କରିଛି।

publive-image Image Source: Zee News

ମେ ୧୫ ତାରିଖ ଦିନ ଏକ ବୈଠକରେ ଏ ବିଷୟରେ ଆଲୋଚନା ହୋଇଥିଲା ବୋଲି ସମ୍ପୃକ୍ତ ଅଧିକାରୀଜଣକ କହିଛନ୍ତି। ରୁଷ୍‌ ଏବଂ ଚୀନ୍ ନିଜ ନିଜର ସ୍ବଳ୍ପ-ବିସ୍ଫୋରଣ କ୍ଷମତାସମ୍ପନ୍ନ ପରୀକ୍ଷା କରୁଛନ୍ତି ବୋଲି ଯୁକ୍ତରାଷ୍ଟ୍ର ଆମେରିକାର କେତେକ ସରକାରୀ ଅଧିକାରୀ ଦାବି କରିବା ପରେ ଏ ଭଳି ଆଲୋଚନା ହୋଇଥିଲା। କିନ୍ତୁ, ମସ୍କୋ ଏବଂ ବେଜିଙ୍ଗ୍ ଏ ଦାବିକୁ ଖଣ୍ଡନ କରିଛନ୍ତି। କିନ୍ତୁ, ଆମେରିକା ଏଭଳି ଅ‌ଭିଯୋଗ ସଂକ୍ରାନ୍ତରେ କୌଣସି ପ୍ରମାଣ ଦେଇ ପାରି ନାହିଁ।

ଆମେରିକାର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ ଆଣବିକ ଅସ୍ତ୍ରଶସ୍ତ୍ର ଉପରେ ରୁଷ୍ ଏବଂ ଚୀନ୍ ସହ ଆମେରିକା ତ୍ରିପାକ୍ଷିକ ଚୁକ୍ତି କରିବାକୁ ଚାହୁଁ ଥିବାରୁ ଏ ଭଳି ଦ୍ରୁତ ଆଣବିକ ପରୀକ୍ଷଣ ୱାସିଂଟନ୍‌ର ସାମର୍ଥ୍ୟ ପାଇଁ ଖୁବ୍ ଆବଶ୍ୟକ।

କିନ୍ତୁ, ଏହି ବୈଠକରେ ଆଣବିକ ପରୀକ୍ଷଣ ସଂକ୍ରାନ୍ତରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇ ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe