ନର୍ଦ ଷ୍ଟ୍ରିମ୍ ଗ୍ୟାସ୍ ପାଇପ୍‌ଲାଇନ୍‌ରେ ମାଇନ୍ ଖଞ୍ଜିଥିଲେ ଆମେରିକୀୟ ବୁଡ଼ାଳି

Advertisment
ନର୍ଦ ଷ୍ଟ୍ରିମ୍ ଗ୍ୟାସ୍ ପାଇପ୍‌ଲାଇନ୍‌ରେ ମାଇନ୍ ଖଞ୍ଜିଥିଲେ ଆମେରିକୀୟ ବୁଡ଼ାଳି

India Today

ୱାସିଂଟନ : ଜନୈକ ଆମେରିକୀୟ ଅନୁସନ୍ଧାନମୂଳକ ସାମ୍ବାଦିକ ଦାବି କରିଛନ୍ତି ଯେ, ୨୦୨୨ ସେପ୍ଟେମ୍ବର ମାସରେ ଏକ ଗୁପ୍ତ ମିସନରେ ବଲ୍‌ଟିକ୍ ସାଗରରେ ପାଣି ତଳେ ଥିବା ରୁଷିଆର ନର୍ଦ ଷ୍ଟ୍ରିମ୍ ଗ୍ୟାସ୍ ପାଇପ୍‌ଲାଇନ୍‌କୁ ବୋମା ମାରି ଉଡ଼ାଇଦେବାକୁ ହ୍ବାଇଟ୍‌ ହାଉସ୍ ପକ୍ଷରୁ ଆଦେଶ ଦିଆଯାଇଥିଲା।

ସାମ୍ବିଦିକ ସେମୋର ହର୍ସଙ୍କ କହିବା ଅନୁସାରେ, ହ୍ବାଇଟ୍‌ ହାଉସ୍‌ର ଆଦେଶ ପରେ ଆମେରିକା ଗୁଇନ୍ଦା ସଂସ୍ଥା ସିଆଇଏ ପକ୍ଷରୁ ଏ ନେଇ ନରୱେରୁ ଯୋଜନା କରାଯାଇଥିଲା। ଆମେରିକୀୟ ବୁଡ଼ାଳିମାନଙ୍କ ଦ୍ବାରା ଗ୍ୟାସ୍ ପାଇପ୍‌ଲାଇନ୍‌ରେ ମାଇନ ଖଞ୍ଜି ରିମୋଟ ଦ୍ବାରା ଉଡ଼ାଇ ଦିଆଯାଇଥିଲା। ରୁଷିଆର ନର୍ଦ ଷ୍ଟ୍ରିମ୍ ୨ ଗ୍ୟାସ୍ ପାଇପ୍‌ଲାଇନ୍‌ରେ ଜୁନ୍ ୨୦୨୨ରେ ବିସ୍ଫୋରକ ଖଞ୍ଜାଯାଇଥିବା ବେଳେ ତା’ର ତିନିମାସ ପରେ ସେପ୍ଟେମ୍ବରରେ ୪ଟି ନର୍ଦ ଷ୍ଟ୍ରିମ୍ ପାଇପ୍‌ଲାଇନ୍‌ରୁ ୩ଟିକୁ ଉଡ଼ାଇ ଦିଆଯାଇଥିଲା। ସିଆଇଏ ଏପରି ଯୋଜନା କରିଥିଲା ଯେପରି ରୁଷ୍‌ର ଗ୍ୟାସ୍ ପାଇପ୍‌ଲାଇନ୍ ଉଡ଼ିବ, କିନ୍ତୁ ଆମେରିକା ଧରାପଡ଼ିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe