ଆଇସକ୍ରିମ୍‌ ଖାଇ କାସିମ୍‌ ସୁଲେମାନୀଙ୍କ ମୃତ୍ୟୁର ଖୁସି ମନାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ

Advertisment
ଆଇସକ୍ରିମ୍‌ ଖାଇ କାସିମ୍‌ ସୁଲେମାନୀଙ୍କ ମୃତ୍ୟୁର ଖୁସି ମନାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ

ନୂଆଦିଲ୍ଲୀ:  ଇରାନର ବାହୁବଳୀ ଜେନେରାଲ କାସିମ୍‌ ସୁଲେମାନୀ ନିହତ ହେବା ପରେ ତାଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ତାଙ୍କ ମୃତ୍ୟୁକୁ ନେଇ ସବୁଠୁ ଅଧିକ ଖୁସି ଅଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। ସେ ଏବେ ଫ୍ଲୋରିଡାରେ ଛୁଟି କାଟୁଛନ୍ତି। ତେବେ ଏହି ସମୟରେ ସେ ସୁଲେମାନୀଙ୍କ ମୃତ୍ୟୁ ଖବର ଜାଣିବା ପରେ ପ୍ରଥମେ ଆଇସକ୍ରିମ୍‌ ଖାଇ ଖୁସି ମନାଇଥିବା ଜଣାପଡ଼ିଛି। ଆମେରିକାର ଏକ ଟିଭି ଚ୍ୟାନେଲର ରିପୋର୍ଟ ଅନୁସାରେ, ସିରିଆରେ ୨୦୧୭ରେ ମିସାଇଲ୍‌ ଆକ୍ରମଣ ପରେ ଟ୍ରମ୍ପ ଚକୋଲେଟ୍‌ ଖାଇ ଖୁସି ମନାଇଥିଲେ। ସୂଚନା ମୁତାବକ, ସୁଲେମାନୀ ନିହତ ହେବାର ଖବର ଆସିବା ପରେ ଟ୍ରମ୍ପ ମାର-ଏ-ଲୋଗୋ କ୍ଲବରେ ଆଇସକ୍ରିମ ଖାଇଥିଲେ। । ଏୟାର ଷ୍ଟ୍ରାଇକର ଠିକ୍‌ କିଛି ସମୟ ପରେ ଟ୍ରମ୍ପ ଆମେରିକାର ଜାତୀୟ ପତାକା ଟ୍ଵିଟ୍‌ କରି ବିଶ୍ୱବାସୀଙ୍କୁ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ। କୌଣସି ଲେଖ‌ା ନ ଥାଇ ଏହି ଟ୍ଵିଟରେ କେବଳ ଆମେରିକାର ପତାକା ରହିଥିଲା।

ତେବେ ଏହା ଭିତରେ ଶନିବାର ଟ୍ରମ୍ପ ମିଡିଆ ସହ ଆଲୋଚନା କରି କହିଛନ୍ତି, ସେ ଏହି ଆକ୍ରମଣ ଲାଗି ନିର୍ଦ୍ଦେଶ ଦେଇଥିଲେ। ଇରାନ ସହିତ ବିବାଦ ପାଇଁ ସୁଲେମାନୀଙ୍କୁ ହତ୍ୟା କରାଯାଇନାହିଁ। କେବଳ ଯୁଦ୍ଧକୁ ବନ୍ଦ କରିବା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଆମେ ଇରାନରେ କ୍ଷମତା ପରିବର୍ତ୍ତନ ମଧ୍ୟ ଚାହୁଁନୁ। କିନ୍ତୁ ଇରାନ ସରକାର ଛାୟା ଯୁଦ୍ଧ କରି ନିଜର ପଡ଼ୋଶୀ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଥିଲେ। ସୁଲେମାନୀ ଆମେରିକାର ରାଷ୍ଟ୍ରଦୂତ ଓ ସୈନିକଙ୍କ ଉପରେ ଆକ୍ରମଣ କରିବାର ଯୋଜନା କରୁଥିଲେ। ସେଥିପାଇଁ ଆମେ ପାଲଟା ଜବାବ୍‌ ଦେଇଥିଲୁ ବୋଲି ଟ୍ରମ୍ପ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe