Image Courtesy of India Daily Mail
ହାଇଦ୍ରାବାଦ: ସ୍ଥାୟୀ ନିବାସ ବା ‘ଗ୍ରିନ୍ କାର୍ଡ’ ପାଇ ‘ମହାନ ଆମେରିକୀୟ ସ୍ବପ୍ନ’ ସାକାର କରିବାକୁ ଦଶନ୍ଧି ଦଶନ୍ଧି ଧରି ବୃଥା ଅପେକ୍ଷା କରିବା ପରେ ଅନେକ ଭାରତୀୟ ପରିବାର ଯୁକ୍ତରାଷ୍ଟ୍ର ଆମେରିକାରୁ କାନାଡା ଚାଲିଯାଉଛନ୍ତି। କାନାଡା ଯିବାର କାରଣ ହେଉଛି, ସରଳ ପ୍ରବେଶ ନୀତି, ଉତ୍ତମ ଚାକିରି ସୁଯୋଗ ଏବଂ ବସବାସ କରିବାର ସୁବିଧା। ହାରାହାରି ହିସାବରୁ ଜଣାପଡ଼ିଛି ଯେ, ପ୍ରତିବର୍ଷ ଅନ୍ୟୂନ ୨୦, ୦୦୦ ଭାରତୀୟ ଯୁକ୍ତରାଷ୍ଟ୍ର ଆମେରିକାରୁ କାନାଡା ଚାଲିଯାଉଛନ୍ତି।
ପ୍ରବାସୀ ଭାରତୀୟମାନଙ୍କ ପାଇଁ କାନଡୀୟ ଅବେଦନ ପ୍ରକ୍ରିୟା ଖୁବ୍ ସରଳ। ସେଠାରେ ସ୍ଥାୟୀ ବାସିନ୍ଦା ହେବାକୁ ବର୍ଷକରୁ କମ୍ ସମୟ ମଧ୍ୟରେ ଅନୁମତି ମିଳିଯାଉଛି। ପ୍ରବାସବାସ ଆଟର୍ଣ୍ଣିଙ୍କୁ ସାକ୍ଷାତ୍ ନ କରି ଲୋକେ ଅନ୍ଲାଇନ୍ରେ ଆବେଦନ କଲେ ମଧ୍ୟ ସୁଫଳ ମିଳିଯାଉଛି।
ଯୁକ୍ତରାଷ୍ଟ୍ର ଆମେରିକା ସିନେଟ୍ରେ ‘ଫେୟାର୍ନେସ୍ ଫର୍ ହାଇସ୍କିଲ୍ଡ୍ ଇମିଗ୍ରାଣ୍ଟ୍ସ୍ ଆକ୍ଟ୍-୨୦୧୯’ (ଏସ୍୩୮୬) ଅନୁମୋଦନ ନିମନ୍ତେ ଭାରତୀୟ ସମ୍ପ୍ରଦାୟ ଲବି ଚଳାଇଥିବା ବେଳେ ହଜାର ହଜାର ଭାରତୀୟ କାନଡା ଚାଲିଯାଉଛନ୍ତି। ଏହି ବିଲ୍ ମଞ୍ଜୁର ହୋଇଗଲେ ଯୁକ୍ତରାଷ୍ଟ୍ର ଆମେରିକାରେ ଚାକିରିଭିତ୍ତିକ ଗ୍ରିନ୍କାର୍ଡ ପ୍ରଦାନ ସଂଖ୍ୟା ଉପରୁ କଟକଣା ହଟିଯିବ।
Image Courtesy of SBSସମ୍ପ୍ରତି ଏହି ନିୟମରେ ଭାରତୀୟମାନଙ୍କୁ ଗ୍ରିନ୍ କାର୍ଡ ପ୍ରଦାନ ହାର ୭% ରେ ସୀମିତ ରଖାଯାଇଥିବାରୁ ଅନେକ ଗ୍ରିନ୍ କାର୍ଡ ଆବେଦନ ଅବରୋଧ ହୋଇ ରହିଛି। ଏବେ ଯୁକ୍ତରାଷ୍ଟ୍ର ଆମେରିକାରେ ୯ ଲକ୍ଷ ‘ଏଚ୍-୧ବି’, ‘ଏଲ୍୧’ ଏବଂ ‘ଏଚ୍୪ ଇଏଡି’ ଭିସାଧାରୀ ଭାରତୀୟ ଅବସ୍ଥାନ କରୁଛନ୍ତି।
Follow Us