ଡ୍ରୋନ୍ ଆମଦାନି ଉପରୁ କଟକଣା କୋହଳ କଲା ଆମେରିକା, ଉପକୃତ ହେବ ଭାରତ

Advertisment
ଡ୍ରୋନ୍ ଆମଦାନି ଉପରୁ କଟକଣା କୋହଳ କଲା ଆମେରିକା, ଉପକୃତ ହେବ ଭାରତ

Image Courtesy of Hindustan Times

ନୂଆଦିଲ୍ଲୀ: ଘଣ୍ଟାପ୍ରତି ୮୦୦ କି. ମି.ରୁ କମ୍ ବେଗରେ ଗତି କରୁଥିବା ମାନବରହିତ ଉଡ଼ନ୍ତା ଯାନ (ୟୁଏଭି) ବା ଡ୍ରୋନ୍‌ ଉପରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍ କଟକଣା କୋହଳ କରିଥିବାରୁ ଭାରତ ଉପକୃତ ହେବ ବୋଲି ଜଣାପଡ଼ିଛି।

ଏଥର ଯୁକ୍ତରାଷ୍ଟ୍ର ଆମେରିକାରୁ ଭାରତ ସୁବିଧାରେ ଅସ୍ତ୍ରବାହୀ ଡ୍ରୋନ୍ ‘ପ୍ରିଡାଟର୍-ବି’ ଏବଂ ସର୍ଭିଲେନ୍‌ସ୍ ଡ୍ରୋନ୍ ‘ଗ୍ଲୋବାଲ୍ ହକ୍’ ଆମଦାନି କରିପାରିବ। ଉଭୟ ଶୀର୍ଷସ୍ତରୀୟ ଡ୍ରୋନ୍‌ର ଘଣ୍ଟାପ୍ରତି ଗତି ବେଗ ୮୦୦ କିଲୋମିଟର୍‌ କମ୍।

ହ୍ବାଇଟ୍‌ ହାଉସ୍ ଜାରି କରିଥିବା ଏକ ବିବୃତିରେ କୁହାଯାଇଛି ଯେ, ‘ମିସାଇଲ୍ ଟେକ୍ନୋଲୋଜି କଣ୍ଟ୍ରୋଲ୍ ରିଜାଇମ୍’ର ବର୍ଗ-୧କୁ ନବୀକରଣ କରି ଘଣ୍ଟା ପ୍ରତି ୮୦୦ କିଲୋମିଟର୍‌ରୁ ଅଧିକ ବେଗରେ ଗତି କରୁ ନ ଥିବା ଅନ୍‌ମ୍ୟାନ୍‌ଡ୍‌ ଏରିୟଲ୍ ସିଷ୍ଟମ୍‌କୁ(ୟୁଏଏସ୍) ରାଷ୍ଟ୍ରପତି ବର୍ଗ-୨ରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଆମ ଅଂଶଦାରମାନଙ୍କର ସାମର୍ଥ୍ୟ ବଢ଼ାଇ ଆମ ଜାତୀୟ ନିରାପତ୍ତା ବୃଦ୍ଧି କରିବ ଓ ‘ୟୁଏଭି’ ବଜାର ପ୍ରସସ୍ତ କରି ଆମ ଆର୍ଥିକ ନିରାପତ୍ତା ମଧ୍ୟ ବୃଦ୍ଧି କରିବ।

publive-image Image Courtesy of Hindustan Times

ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ଶିଳ୍ପ ସବୁ ‘ମିସାଇଲ୍ ଟେକ୍ନୋଲୋଜି କଣ୍ଟ୍ରୋଲ୍ ରିଜାଇମ୍’ ଦ୍ବାରା କଟକଣାରେ ଥିବାବେଳେ ଚୀନ୍ କିନ୍ତୁ, ପାକିସ୍ତାନକୁ ଏବଂ ୟେମେନ୍ ଓ ଲିବିୟା ଗୃହଯୁଦ୍ଧରେ ବ୍ୟବହାର ପାଇଁ ୱିଙ୍ଗ୍‌ ଲୁଙ୍ଗ୍ ଶସ୍ତ୍ରବାହୀ ଡ୍ରୋନ୍ ଯୋଗାଇ ଦେଉଛି। ଗୁଇନ୍ଦା ରିପୋର୍ଟ ଅନୁସାରେ, ‘ସିପିଇସି’ ଏବଂ ଗ୍ବାଦର୍ ବନ୍ଦରର ସୁରକ୍ଷା ନିମନ୍ତେ ଚୀନ୍ ପାକିସ୍ତାନକୁ ୱିଙ୍ଗ୍ ଲୁଙ୍ଗ୍‌ ଡ୍ରୋନ୍ ଯୋଗାଇ ସାରିଛି। ଏହି ଡ୍ରୋନ୍ ୧୦୦୦ କିଲୋଗ୍ରାମ୍ ଓଜନର ବୋମା କିଂବା ଶୂନ୍ୟରୁ ଭୂପୃଷ୍ଠକୁ ନିକ୍ଷେପ କରି ହେଉଥିବା କ୍ଷେପଣାସ୍ତ୍ର ବହନ କରିପାରିବ।

କେବଳ ଏହି କାରଣରୁ ହିଁ ଭାରତ ସେନାବାହିନୀ ନିମନ୍ତେ ‘ପ୍ରିଡାଟର୍-ବି’ ଡ୍ରୋନ୍ କିଣିବାକୁ ସ୍ଥିର କରିଛି। ଏଥିରୁ ୨୨ଟି ଭାରତକୁ ବିକ୍ରୟ କରିବାକୁ ଟ୍ରମ୍ପ୍ ପ୍ରଶାସନ ମଞ୍ଜୁରୀ ପ୍ରଦାନ କରିଛି। ‘ପ୍ରିଡାଟର୍-ବି’ ୪ଟି ହେଲ୍‌-ଫାୟାର୍ କ୍ଷେପଣାସ୍ତ୍ର ଓ ଦୁଇଟି ୫୦୦ ପାଉଣ୍ଡ୍‌ ଓଜନର ଲେଜର୍-ଗାଇଡେଡ୍ ବୋମା ବହନ କରିପାରିବ। ଭାରତ ବ୍ୟତୀତ ଯୁକ୍ତରାଷ୍ଟ୍ର ଆମେରିକାର ମିତ୍ର ରାଷ୍ଟ୍ର ସାଉଦି ଆରବ, ୟୁଏଇ ଏବଂ ମିଶରକୁ ମଧ୍ୟ ଏହି ଡ୍ରୋନ୍ ମିଳିବ। ସେମାନଙ୍କ ପାଖରେ ଚୀନ୍ ନିର୍ମିତ ସଶସ୍ତ୍ର ଡ୍ରୋନ୍ ମଧ୍ୟ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe