ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଉପରାଷ୍ଟ୍ରପତି ପ୍ରାର୍ଥିନୀ କମଳା ହ୍ୟାରିସ୍‌ଙ୍କ ବିଜୟ ଲାଗି ତାମିଲନାଡୁରେ ଥିବା ତାଙ୍କ ପୂର୍ବଜଙ୍କ ଗାଁ’ରେ ପୂଜାର୍ଚ୍ଚନା

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଉପରାଷ୍ଟ୍ରପତି ପ୍ରାର୍ଥିନୀ କମଳା ହ୍ୟାରିସ୍‌ଙ୍କ ବିଜୟ ଲାଗି ତାମିଲନାଡୁରେ ଥିବା ତାଙ୍କ ପୂର୍ବଜଙ୍କ ଗାଁ’ରେ ପୂଜାର୍ଚ୍ଚନା

Image Courtesy of Hindustan Times

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥିନୀ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍‌ଙ୍କ ଦଳର ବିଜୟ ନିମନ୍ତେ ତାମିଲନାଡୁ ଅନ୍ତର୍ଗତ ତାଙ୍କ ଅଜାଙ୍କ ଗାଁ ତୁଲସେନ୍ତିରପୁରମର ଲୋକେ ଆଜି ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ସମସ୍ତ ଭକ୍ତଙ୍କୁ ମାଗଣାରେ ସାମ୍ବର ଓ ଇଡ଼ିଲି ପରିବେଷଣ କରାଯାଇଥିଲା।

ସେଠାକାର ଜଣେ ସ୍ଥାନୀୟ ଅଧିବାସୀ ଗଣମାଧ୍ୟମକୁ କହିଛନ୍ତି, ଆମେ ଚାହୁଁ ସେ ନିର୍ବାଚନ ଜିଣନ୍ତୁ। ତାଙ୍କ ପାଇଁ ଆମେ ପ୍ରାର୍ଥନା କରୁଛୁ।

ତାଙ୍କର ଶୁଭ ମନାସୀ ନିର୍ବାଚନ ପୂର୍ବରୁ ଗାଁରେ ପୋଷ୍ଟର୍‌ ମଧ୍ୟ ଲଗାଯାଇଥିଲା। ତାମିଲ ଭାଷାରେ ମୁଦ୍ରିତ ଏହି ପୋଷ୍ଟର୍‌ରେ ଲେଖାଯାଇଥିଲା, ତୁଲସେନ୍ତିରପୁରମ୍‌ରୁ ଆମେରିକା। ତୁଲସେନ୍ତିରପୁରମ୍‌ ‌ବଂଶୋଦ୍ଭବ କମଳା ହ୍ୟାରିସ୍‌ ଆମେରିକୀୟ ଉପରାଷ୍ଟ୍ରପତି ପ୍ରାର୍ଥିନୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଆମେ ତାଙ୍କର ସଫଳତା କାମନା କରୁଛୁ।

publive-image Image Courtesy of NDTV

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ‘ଡେମୋକ୍ରାଟିକ୍ ପାର୍ଟି’ ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କର ‘ରିପବ୍ଲିକାନ୍‌ ପାଟି’ ପ୍ରାର୍ଥୀ  ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ସହ ପ୍ରତିଦ୍ବନ୍ଦ୍ବିତା ହେଉଛି । କମଳା ହ୍ୟାରିସ୍‌ ହେଉଛନ୍ତି ‘ଡେମୋକ୍ରାଟିକ୍ ପାର୍ଟି’ର ଉପରାଷ୍ଟ୍ରପତି ପ୍ରାର୍ଥିନୀ।

କ୍ୟାନ୍‌ସର୍‌ ଗବେଷିକା କମଳା ହ୍ୟାରିସ୍‌ଙ୍କ ମା’ ଶ୍ୟାମଳା ଗୋପାଲନ୍ ଅଧ୍ୟୟନ ନିମନ୍ତେ ଆମେରିକା ଚାଲିଯାଇଥିଲେ। ତୁଲସେନ୍ତିରପୁରମ୍‌ ବାସିନ୍ଦା ଶ୍ୟାମଳାଙ୍କ ପିତା ପି ଭି ଗୋପାଲନ୍ ଥିଲେ ଜଣେ ପଦସ୍ଥ ସରକାରୀ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe