The Week
ନୂଆଦିଲ୍ଲୀ: ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ, ତାହା ଉପରେ ଏବେ ସାରା ବିଶ୍ବର ନଜର ରହିଛି। ଭୋଟ ଗଣତିରୁ ଡେମୋକ୍ରାଟ ପାର୍ଟିର ପ୍ରାର୍ଥୀ ଜୋ-ବାଇଡେନ ଖୁବ ଆଗରେ ରହିଛନ୍ତି । ଜର୍ଜିଆ ଓ ପେନସିଲବେନିଆରେ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଟ୍ରମ୍ପଙ୍କ ଠାରୁ ଆଗୁଆ ହୋଇଥିବାରୁ ବାଇଡେନଙ୍କ ବିଜୟ ସମ୍ଭାବନା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ, ତାହାର ନିଷ୍ପତ୍ତି ନେବ ୪ଟି ରାଜ୍ୟର ଫଳାଫଳ । ସେହି ୪ ରାଜ୍ୟ ହେଲା ପେନସିଲବାନିଆ, ଜର୍ଜିଆ, ନେବାଦା ଓ ଏରିଜୋନା । ତେବେ ନର୍ଥ-କେରୋଲିନାରେ ବାଇଡେନଙ୍କଠାରୁ ଆଗରେ ରହିଛନ୍ତି ଟ୍ରମ୍ପ। ଇ-ମେଲ ଭୋଟ ଓ ପୋଷ୍ଟାଲ ଭୋଟ ପାଇଁ ଗଣତି ବିଳମ୍ବ ହେଉଥିବା ଜଣାପଡିଛି । ତେବେ ଜର୍ଜିଆରେ ପୁଣି ଥରେ ଭୋଟ ଗଣତି ହେବ ବୋଲି ସୂଚନା ମିଳିଛି ।
/sambad/media/post_attachments/9c2a25ece812e732824f333c0bd178976fc128644695e1fec7a7c3815cda93fc.jpg) aajtak
 aajtakଜର୍ଜିଆରେ ବାଇଡେନ ଅଳ୍ପ ଭୋଟ ବ୍ୟବଧାନରେ ଟ୍ରମ୍ପଙ୍କ ଠାରୁ ଆଗୁଆ ରହିଛନ୍ତି । ତେଣୁ ନିରପେକ୍ଷ ଭାବେ ପୁଣି ଥର ଭୋଟ ଗଣତି କରାଯିବ ବୋଲି କହିଛନ୍ତି ଜର୍ଜିଆର ସଚିବ ପର୍ଗର । ଜର୍ଜିଆକୁ ରିପବ୍ଲିକାନ ପାର୍ଟିର ଗଡ ବୋଲି କୁହାଯାଉଥିବାରୁ ପୁଣି ଥରେ ଭୋଟ ଗଣତି ହେଲେ ଟ୍ରମ୍ପ ଆଗୁଆ ହେବା ସମ୍ଭାବନାକୁ ମଧ୍ୟ ଏଡାଇ ଦେଇ ହେବ ନାହିଁ । ତେବେ ରିପବ୍ଲିକାନ ପାର୍ଟିର ଗଡ ଜର୍ଜିଆରେ ଡେମୋକ୍ରାଟ ପାର୍ଟିର ପ୍ରାର୍ଥୀ ବାଇଡେନ ଆଗୁଆ ରହିବା ସୂଚାଉଛି ଯେ, ଆଗାମୀ ରାଷ୍ଟ୍ରପତି ବାଇଡେନ ହେବେ। ଏ ନେଇ ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/11/t-74.jpg)