୩୦୦ ଇଲେକ୍ଟୋରାଲ ଭୋଟରେ ଆମେ ଜିତିବୁ ବୋଲି ବାଇଡେନ ଦାବି କରିବା ପରେ ଟ୍ରମ୍ପଙ୍କ ଚେତାବନୀ; ଜବରଦସ୍ତ ଜିତିବା ନେଇ ଦାବି କର ନାହିଁ

୩୦୦ ଇଲେକ୍ଟୋରାଲ ଭୋଟରେ ଆମେ ଜିତିବୁ ବୋଲି ବାଇଡେନ ଦାବି କରିବା ପରେ ଟ୍ରମ୍ପଙ୍କ ଚେତାବନୀ; ଜବରଦସ୍ତ ଜିତିବା ନେଇ ଦାବି କର ନାହିଁ

indiatoday

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି କିଏ ହେବେ? ଏହା ଜାଣିବା ପାଇଁ, ଆମେରିକୀୟଙ୍କ ସମେତ ବିଶ୍ବବାସୀ ଅପେକ୍ଷା କରି ରହିଛନ୍ତି | ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବାଇଡେନ ବିଜୟର ଖୁବ ପାଖରେ ପହଞ୍ଚି ସାରିଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡେନାଲ୍ଡ ଟ୍ରମ୍ପ। ମୋତେ ହରାଇବାକୁ ଉଦ୍ୟମ କରାଯାଉଛି ଓ ଭୋଟ ଗଣତି ଠିକ୍ ଭାବରେ କରାଯାଉନାହିଁ ବୋଲି ଟ୍ରମ୍ପ ଦାବି କରିବା ପରେ ଜର୍ଜିଆରେ ପୁଣିଥରେ ଭୋଟ ଗଣନା କରିବାକୁ ଜର୍ଜିଆର ସଚିବ ପର୍ଗର ଆଦେଶ ଦେଇଛନ୍ତି।

ତେବେ ଏ ମଧ୍ୟରେ ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବାଇଡେନ ଏକ ବଡ଼ ଦାବି କରିଛନ୍ତି। ୩୦୦ଇଲେକ୍ଟୋରାଲ ଭୋଟରେ ଆମେ ଜିତିବୁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଜୋ ବାଇଡେନ । ତାଙ୍କର ଏଭଳି ଦାବି ପରେ କଡ଼ା ଚେତାବନୀ ଦେଇଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡେନାଲ୍ଡ ଟ୍ରମ୍ପ। ଫଳାଫଳ ନଆସୁଣୁ ଜବରଦସ୍ତ ଦାବି କରନ୍ତୁ ନାହିଁ ବୋଲି କହିଛନ୍ତି ଟ୍ରମ୍ପ। ଏହା ସହ ଫଳାଫଳକୁ ଅପେକ୍ଷା କରିବାକୁ କହିଛନ୍ତି। ଟୁଇଟରେ, ଜୋ ବାଇଡେନ ଜବରଦସ୍ତ ରାଷ୍ଟ୍ରପତି ନିର୍ବାଚନ ଜିତିବା ନେଇ ଦାବି କରିବା ଉଚିତ୍ ନୁହେଁ। ମୁଁ ମଧ୍ୟ ଏହି ଦାବି କରିପାରେ। ଆଇନଗତ ପ୍ରକ୍ରିୟା ବର୍ତ୍ତମାନ ଆରମ୍ଭ ହୋଇଛି ବୋଲି ଲେଖିଛନ୍ତି ଟ୍ରମ୍ପ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe