Image Courtesy of Zee News
ନୂଆଦିଲ୍ଲୀ: ରୁଷ୍ରୁ ଏୟାର୍ ଡିଫେନ୍ସ୍ ସିଷ୍ଟମ୍ ‘ଏସ୍-୪୦୦’ ଖରିଦ କରିବା ନିମନ୍ତେ ସ୍ୱାକ୍ଷରିତ ଚୁକ୍ତି ଯୋଗୁଁ ଭାରତ ସରକାରଙ୍କୁ କଠିନ ନିଷ୍ପତ୍ତି ନେବାକୁ ପଡ଼ିପାରେ ବୋଲି ମଙ୍ଗଳବାର ଦିନ ବିଦାୟୀ ଆମେରିକୀୟ ରାଷ୍ଟ୍ରଦୂତ କେନିଥ୍ ଜଷ୍ଟର୍ କହିଛନ୍ତି।
‘ଅବ୍ଜର୍ଭର୍ ରିସର୍ଚ ଫାଉଣ୍ଡେସନ୍’ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଦାୟକାଳୀନ ଅଭିଭାଷଣ ପ୍ରଦାନ କରିବା ପରେ ଜଷ୍ଟର୍ ଏହି ସତର୍କ ସୂଚନା ଜାରି କରିଛନ୍ତି। କିନ୍ତୁ, ଯୁକ୍ତରାଷ୍ଟ୍ର ଆମେରିକାର ଏହି ବରିଷ୍ଠ କୂଟନୀତିଜ୍ଞ ଭରସା ଦେଇ କହିଛନ୍ତି ଯେ, ଆମେରିକା ତା’ର ମିତ୍ର ରାଷ୍ଟ୍ରଙ୍କ ଉପରେ ‘ସିଏଏସିଏସ୍ଏ’ କଟକଣା ଲାଗୁ କରିବାକୁ ଚାହେଁ ନାହିଁ। ମାତ୍ର ସେ ଗୁରୁତ୍ୱାରୋପ କରି କହିଲେ, ଯୁକ୍ତରାଷ୍ଟ୍ର ଆମେରିକାରୁ ଆଧୁନିକ ସାମରିକ ସାମଗ୍ରୀ ଖରିଦ ଓ ରୁଷ୍ରୁ ଖରିଦ କରାଯାଉଥିବା ସାମଗ୍ରୀ ମଧ୍ୟରେ ସମନ୍ଵୟ ରକ୍ଷାକରିବା ଲାଗି ଭାରତକୁ ଖୁବ୍ ଶୀଘ୍ର ନିଷ୍ପତ୍ତି ଗ୍ରହଣ କରିବାକୁ ପଡ଼ିବ।
Image Courtesy of The Indian Expressସେ ଆହୁରି ମଧ୍ୟ କହିଲେ ଯେ, ‘ସିଏଏସିଏସ୍ଏ’ କଟକଣା ବନ୍ଧୁ ଓ ମେଣ୍ଟ ରାଷ୍ଟ୍ରମାନଙ୍କ କ୍ଷତି ନିମନ୍ତେ ପ୍ରସ୍ତୁତ କରାଯାଇନାହିଁ। ଏକ ନିର୍ଦ୍ଦିଟ ଦେଶ ନିମନ୍ତେ ତାହା ପ୍ରଯୁଜ୍ୟ। ଏଥିରେ ଅନେକ ଆପେକ୍ଷିକତା ରହିଛି। ତେଣୁ, ଏ ପ୍ରସଙ୍ଗକୁ ମୁଁ ବାଦ ଦେବାକୁ ଚାହୁଁଛି। କାରଣ ଭବିଷ୍ୟତର ପ୍ରତିରକ୍ଷା ସମ୍ପର୍କକୁ ଆହୁରି ଅନେକ କିଛି ସମସ୍ୟା ପ୍ରଭାବିତ କରିପାରେ ବୋଲି ମୋର ମନେହେଉଛି।
Follow Us