ଆମେରିକାର ଆକଳନ: ଏବର୍ଷ ଯୁଦ୍ଧ ସରିବନି, ଟାର୍ଗେଟ୍‌ରେ ସାମରିକ ପ୍ରତିଷ୍ଠାନ

Advertisment

ପ୍ରତିଶୋଧ ନେଉଛି ରୁଷ, କିବ୍‌ରେ ପୁଣି ଆକ୍ରମଣ ଆରମ୍ଭ

ପ୍ରତିଶୋଧ ନେଉଛି ରୁଷ, କିବ୍‌ରେ ପୁଣି ଆକ୍ରମଣ ଆରମ୍ଭ

ଆମେରିକାର ଆକଳନ: ଏବର୍ଷ ଯୁଦ୍ଧ ସରିବନି, ଟାର୍ଗେଟ୍‌ରେ ସାମରିକ ପ୍ରତିଷ୍ଠାନ

କିବ୍‌ : କୃଷ୍ଣ ସାଗରରେ ରୁଷ୍‌ର ଅତି ଗୁରୁତ୍ବପୂର୍ଣ୍ଣ ଯୁଦ୍ଧ ଜାହାଜ ମୋସ୍କଭ୍‌ ବୁଡ଼ିଯିବା ପରେ ରୁଷ୍‌ ପ୍ରତିଶୋଧ ପରାୟଣ ହୋଇଯାଇଛି। ଏହି ଜାହାଜକୁ ୟୁକ୍ରେନ ଆକ୍ରମଣ କରି ଧ୍ବଂସ କରିଦେଇଛି ବୋଲି ଦାବି କରିବା ପରେ ରୁଷ୍‌ ପୁଣିଥରେ କିବ୍‌ ଏବଂ ପଶ୍ଚିମ ୟୁକ୍ରେନ୍‌ରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଦେଇଛି। ରୁଷର ଏଭଳି ଆକ୍ରମଣ ଜାରି ରହିଥିବା ବେଳେ ଆମେରିକା ପକ୍ଷରୁ କୁହାଯାଇଛି ‌େଯ ୟୁକ୍ରେନ ଯୁଦ୍ଧ ଏହି ବର୍ଷ ‌େଶଷ ହେବାର ନାହିଁ। ଏହା ଦୀର୍ଘ ଦିନ ଧରି ଚାଲିବ। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ରୁଷ ଆକ୍ରମଣରେ ୟୁକ୍ରେନ୍‌ର ଦୁଇଟିି ସାମରିକ ପ୍ରତିଷ୍ଠାନ ଧ୍ବଂସ ହୋଇଯାଇଛି। ୟୁକ୍ରେନ୍‌ ରାଜଧାନୀ କିବ୍‌ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ରୁଷ୍‌ ଏକ ପ୍ଲାଣ୍ଟ୍‌କୁ କ୍ଷେପଣାସ୍ତ୍ର ମାଡ଼ କରି ଛାରଖାର କରିଦେଇଛି। ଉକ୍ତ ସାମରିକ ଫ୍ୟାକ୍ଟ୍ରିକୁ ଧ୍ବଂସ କରିବାପାଇଁ ରୁଷ୍‌ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରିଛି। ଏହି ସାମରିକ ଫ୍ୟାକ୍ଟ୍ରିରେ ନେପଚୁନ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ତିଆରି ହୋଇଥାଏ। ଗତ ରାତିରେ ରୁଷ୍‌ ଏହି ଫ୍ୟାକ୍ଟ୍ରି ଉପରେ ୫ ଥର ଆକ୍ରମଣ କରିଛି। ରୁଷ୍‌ର ଆକ୍ରମଣ ପରେ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଯାଇଛି।

ଉଲ୍ଲେଖଯୋଗ୍ୟ ଯେ ରୁଷ୍‌ କିବ୍‌ରୁ ସୈନ୍ୟ ପ୍ରତ୍ୟାହାର କରିବାପରେ ଗତ କିଛି ଦିନ ଧରି କିବ୍‌ରେ ଗୋଳାବର୍ଷା ବନ୍ଦ ଥିଲା। କିନ୍ତୁ ଗତ ରାତିରେ ରୁଷ୍‌ ପୁଣିଥରେ କିବ୍‌ରେ ଆକ୍ରମଣ ଆରମ୍ଭ କରିଛି। ତେବେ ଏହି ଆକ୍ରମଣରେ ମୃତାହତଙ୍କ ସଂପର୍କରେ ୟୁକ୍ରେନ୍‌ କୌଣସି ତଥ୍ୟ ପ୍ରକାଶ କରିନାହିଁ। ଅନ୍ୟପକ୍ଷେ କିବ୍‌ର ଦକ୍ଷିଣପୂର୍ବ ଡାର୍ନିସ୍କିରେ ଆଜି ସକାଳେ ବ‌ିସ୍ଫୋରଣ ହୋଇଥିଲା। ମାଇକୋଲେବରେ ରୁଷ୍‌ ଏକ ଯୁଦ୍ଧାସ୍ତ୍ର ମରାମତି ଫ୍ୟାକ୍ଟ୍ରି ଉପରେ ଆକ୍ରମଣ କରିଥିବା ଜଣାପଡ଼ିଛି।

କିବ୍‌ରେ ଆକ୍ରମଣ ଜୋରଦାର ହେବ ବୋଲି ରୁଷ୍‌ ଗତକାଲି ଚେତାବନୀ ଦେଇଥିଲା। ୟୁକ୍ରେନ୍‌ ରୁଷ୍‌ର ସୀମା ସହରକୁ ଟାର୍ଗେଟ୍‌ କରୁଥିବାରୁ ଆଗକୁ କିବ୍‌ରେ ଲଢ଼େଇ ‌ଜୋରଦାର ହେବ। କିବ୍‌ରେ କ୍ଷେପଣାସ୍ତ୍ର ଆକ୍ରମଣ ବଢ଼ିବ ବୋଲି ରୁଷ୍‌ ପୂର୍ବରୁ ମଧ୍ୟ ଧମକ ଦେଇଥିଲା। ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ଗତକାଲି ଚେତାବନୀ ଦେଇ କହିଥିଲେ ଯେ ରୁଷ୍‌ ପରମାଣୁ ଅସ୍ତ୍ର ମଧ୍ୟ ବ୍ୟବହାର କରିପାରେ। ରୁଷ୍‌ର ଯୁଦ୍ଧଜାହାଜ ଆଜି ସକାଳେ ଲଭିଭ୍‌ରେ ଗୋଳାବର୍ଷା କରିଛି ଏବଂ କିବ୍‌ରେ କ୍ଷେପଣାସ୍ତ୍ର ମାଡ଼ କରିଛି। ମାରିୟୁପୋଲ୍‌ରେ ରାସ୍ତାଘାଟରେ ଲଢ଼େଇ ଜାରି ରହିଛି। ଉତ୍ତରପୂର୍ବ ସହର ଖାରକିଭରେ ଜନବସତି ଅଞ୍ଚଳରେ ଗୋଳାବର୍ଷା ହେବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି।
ଇତିମଧ୍ୟରେ ଆମେରିକା କହିଛି ଯେ ୨୦୨୨‌ ଶେଷ ପର୍ଯ୍ୟନ୍ତ ରୁଷ୍‌--ୟୁକ୍ରେନ୍‌ ଯୁଦ୍ଧ ଲମ୍ବିବ। ରୁଷ୍‌ ଏବେ ୟୁକ୍ରେନ୍‌କୁ ଛାରଖାର କରିବା ପାଇଁ ଯେଭଳି ରଣନୀତି ଅବଲମ୍ବନ କରୁଛି ତାହା ଯୁଦ୍ଧକୁ ଆହୁରି ଦୀର୍ଘ କରିବ ଏବଂ ୨୦୨୨ ‌େ‌ଶଷ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ନେଟ୍‌ ପ୍ରାଇସ୍‌ କହିଛନ୍ତି। ମିଳିଥିବା ଏକ ସୂଚନାନୁଯାୟୀ ୟୁକ୍ରେନ୍‌ ପ୍ରଧାନମନ୍ତ୍ରୀ ଏବଂ ୟୁକ୍ରେନ୍‌ର ଶୀର୍ଷ ଅର୍ଥ ବିଭାଗ ଅଧିକାରୀମାନେ ଆସନ୍ତା ସପ୍ତାହରେ ୱାସିଂଟନ୍‌ ଗସ୍ତ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe