ନୂଆଦିଲ୍ଲୀ, ୮।୪: କୋଭିଡ୍ ଟିକା ନିର୍ମାଣରେ ବ୍ୟବହୃତ ଗୁରୁତ୍ବପୂର୍ଣ୍ଣ କଞ୍ଚାମାଲ ରପ୍ତାନିକୁ ଆମେରିକା ଓ ୟୁରୋପ ନିଷିଦ୍ଧ କରିଦେଇଛନ୍ତି। ଫଳରେ ଏବେ ଭାରତରେ ଟିକାପ୍ରସ୍ତୁତି ଭୀଷଣ ଭାବେ ପ୍ରଭାବିତ ହେଉଛି ବୋଲି ବିଶ୍ବର ସର୍ବାଧିକ ଟିକା ନିର୍ମାତା ପୁଣେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ର ମୁଖ୍ୟ ଆଦର ପୁନାଵାଲା କହିଛନ୍ତି। ସେଗୁଡ଼ିକ ମଧ୍ୟରେ ଜୈବ ପ୍ରତିକ୍ରିୟା ମୁଣି(ବାୟୋରିଆକ୍ଟର ବ୍ୟାଗ୍), ଏକକ ବ୍ୟବହାର ପ୍ରଣାଳୀ(ସିଙ୍ଗଲ ୟୁଜ୍ ସିଷ୍ଟମ), କୋଷିକା ସମ୍ବର୍ଦ୍ଧନ ମାଧ୍ୟମ(ସେଲ କଲ୍ଚର ମିଡିଆ), ପରିସ୍ରବକ(ଫିଲ୍ଟର) ଓ ଗାମା ଷ୍ଟରିଲାଇଜେସନ୍ ଶିଶି ଆଦି ରହିଛି। ଉପରୋକ୍ତ ସାମଗ୍ରୀଗୁଡ଼ିକ ମଧ୍ୟରୁ ଗୋଟିକର ଅନୁପସ୍ଥିତି ବି ସମଗ୍ର ଟିକାପ୍ରସ୍ତୁତିକୁ ପ୍ରଭାବିତ କରିବ। କୋଭିଡ୍ ଟିକା ‘କୋଭିସିଲ୍ଡ’ର ଦ୍ରୁତ ପ୍ରସ୍ତୁତି ପାଇଁ ତାଙ୍କ ସିରମ୍ ଇନ୍ଷ୍ଟିଚ୍ୟୁଟ୍ କ’ଣ ସବୁ ପ୍ରତିବନ୍ଧକର ସାମନା କରୁଛି ବୋଲି ପ୍ରଶ୍ନରେ ପୁନାଵାଲା ଏପରି ଟିପ୍ପଣୀ ଦେବା ସହ ସେ ନିଜେ ଯାଇ ଆମେରିକାରେ ଏହାର ପ୍ରତିବାଦ କରିବେ ବୋଲି କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us