Health: ଭାରତ ସହ ଜଡିତ ୨୦୦ରୁ ଅଧିକ ୱେବ୍‌ସାଇଟ୍ ଡୋମେନ୍ ସିଜ୍ କଲା ଆମେରିକା

Advertisment

ଆମେରିକାର ଫେଡେରାଲ୍ କର୍ତ୍ତୃପକ୍ଷ ଭାରତର ଏକ ଅନ୍ତର୍ଜାତୀୟ ଆପରାଧିକ ସଂଗଠନ ସହ ଜଡିତ ୨୦୦ରୁ ଅଧିକ ୱେବ୍‌ସାଇଟ୍ ଡୋମେନ୍‌କୁ ସିଜ୍ କରିବା ସହ ୪ ଜଣଙ୍କୁ ଗିରଫ କରିଛି।

ଆମେରିକାର ଫେଡେରାଲ୍ କର୍ତ୍ତୃପକ୍ଷ ଭାରତର ଏକ ଅନ୍ତର୍ଜାତୀୟ ଆପରାଧିକ ସଂଗଠନ ସହ ଜଡିତ ୨୦୦ରୁ ଅଧିକ ୱେବ୍‌ସାଇଟ୍ ଡୋମେନ୍‌କୁ ସିଜ୍ କରିବା ସହ ୪ ଜଣଙ୍କୁ ଗିରଫ କରିଛି।

05bbs_90_05022026_112

ନ୍ୟୁୟର୍କ: ଆମେରିକାର ଫେଡେରାଲ୍ କର୍ତ୍ତୃପକ୍ଷ ଭାରତର ଏକ ଅନ୍ତର୍ଜାତୀୟ ଆପରାଧିକ ସଂଗଠନ ସହ ଜଡିତ ୨୦୦ରୁ ଅଧିକ ୱେବ୍‌ସାଇଟ୍ ଡୋମେନ୍‌କୁ ସିଜ୍ କରିବା ସହ ୪ ଜଣଙ୍କୁ ଗିରଫ କରିଛି।

ଏହି ବେଆଇନ ଅନଲାଇନ୍ ଫାର୍ମାସି ସହିତ ଜଡିତ ଏହି ଟ୍ରାନ୍ସନ୍ୟାସନାଲ କ୍ରିମିନାଲ ଅର୍ଗାନାଇଜେସନ (ଟିସିଓ)ଗୁଡିକ ଉପରେ ୨୦୨୨ ମସିହାରୁ ଆମେରିକାର ଡ୍ରଗ୍‌ ଏନ୍‌ଫୋର୍ସମେଣ୍ଟ ଆଡ୍‌ମିନିଷ୍ଟ୍ରେସନ (ଡିଇଏ)ର ରକି ମାଉଣ୍ଟେନ୍ ଫିଲ୍ଡ ଡିଭିଜନ୍ ଦ୍ୱାରା ଅନୁସନ୍ଧାନ କରାଯାଉଛି। ଡିଇଏ କହିଛି ଯେ, ଏହାର ବିଶ୍ୱସ୍ତରୀୟ ପହଂଚକୁ ବ୍ୟବହାର କରି ଏଜେନ୍ସି ଭାରତ ସରକାରଙ୍କ ଆଇନ ପ୍ରବର୍ତ୍ତନ ସହଭାଗୀମାନଙ୍କ ସହ ସକ୍ରିୟ ଭାବରେ ସହଯୋଗ କରି ଏହି ପ୍ରକାରର ବେଆଇନ ଡ୍ରଗ୍ସ କାରବାରରେ ଲିପ୍ତ ଥିବା ବିପଜ୍ଜନକ ଆପରାଧିକ ସଂଗଠନଗୁଡ଼ିକୁ ଚିହ୍ନଟ କରିବା ପାଇଁ କାର୍ଯ୍ୟ କରୁଛି।

ଆହୁରି ପଢ଼ନ୍ତୁ: Blast In Mines: କୋଇଲା ଖଣିରେ ବଡ଼ଧରଣର ବିସ୍ଫୋରଣ, ୧୬ ଶ୍ରମିକ ମୃତ

ମିଳିତ ଅପରେସନ ମାଧ୍ୟମରେ ଡିଇଏ ବେଆଇନ ଫାର୍ମାସ୍ୟୁଟିକାଲ୍ ବିତରକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିବ ଏବଂ ଆମେରିକୀୟ ନାଗରିକଙ୍କ ଜନସ୍ୱାସ୍ଥ୍ୟ ଓ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବା ବେଆଇନ ଫାର୍ମାସ୍ୟୁଟିକାଲ୍ ପ୍ରବାହକୁ ବନ୍ଦ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe