କାବୁଲ୍‌ ବିମାନ ବନ୍ଦରକୁ ‘ଅନିୟନ୍ତ୍ରିତ’ ଘୋଷଣା କଲା ଆମେରିକାର ‘ଫେଡେରାଲ୍‌ ଏଭିଏସନ୍‌’

Advertisment
କାବୁଲ୍‌ ବିମାନ ବନ୍ଦରକୁ ‘ଅନିୟନ୍ତ୍ରିତ’ ଘୋଷଣା କଲା ଆମେରିକାର ‘ଫେଡେରାଲ୍‌ ଏଭିଏସନ୍‌’

Image Courtesy of India Today

ନୂଆଦିଲ୍ଲୀ: କ‌ାବୁଲ୍‌ରେ ଥିବା ‘ହମିଦ୍ କର୍ଜାଇ ଆନ୍ତର୍ଜାତିକ ବିମାନ ବନ୍ଦର’କୁ  ଯୁକ୍ତରାଷ୍ଟ୍ର ଆମେରିକାର ‘ଫେଡେରାଲ୍‌ ଏଭିଏସନ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ (ଏଫ୍‌ଏଏ) ବୁଧବାର ଦିନ ‘ଅନିୟନ୍ତ୍ରିତ’ ଘୋଷଣା କରିଛି। ଏ ସଂକ୍ରାନ୍ତରେ ‘ନୋଟମ୍‌’ (ବିମାନ ଚାଳକମାନଙ୍କ ପ୍ରତି ବିଜ୍ଞପ୍ତି) ଜାରି କରି ‘ଏଫ୍‌ଏଏ’ କହିଛି ଯେ, ଆଗୁଆ ଅନୁମୋଦନ ବିନା ଆମେରିକାର କୌଣସି ବେସାମରିକ ବିମାନ କାବୁଲ୍‌ରେ ଚଳାଚଳ କରି ପାରିବ ନାହିଁ।

‘ନୋଟମ୍‌’ରେ ‘ଏଫ୍‌ଏଏ’ କହିଛି, ଆଫଗାନିସ୍ତାନ ‘ଫ୍ଲାଇଟ୍‌ ଇନ୍‌ଫର୍ମେସନ୍‌ ରିଜନ୍‌’ ହେଉଛି ‘ଜି’ ବର୍ଗର ଅନିୟନ୍ତ୍ରିତ ବିମାନ ଚଳାଚଳ ଆକାଶମାର୍ଗ। ତେଣୁ, କାବୁଲ୍ ବିମାନ ବନ୍ଦରରେ ପହଞ୍ଚୁଥିବା କିଂବା ବାହାରୁଥିବା ସମସ୍ତ ବିମାନ ଅନ୍ୟୂନ ୨୪ ଘଣ୍ଟା ପୂର୍ବରୁ ଅନୁମୋଦିତ ‘ଫ୍ଲାଇଟ୍‌ ପ୍ଲାନ୍‌’ର ବ୍ୟବସ୍ଥା କରିବା ଉଚିତ।

publive-image Image Courtesy of Airport Technology

‘ଏଫ୍‌ଏଏ’ କହିବା ଅନୁସାରେ, ‘ନୋଟମ୍‌’ ହେଉଛି ବିମାନ ଚଳାଚଳରେ ସମ୍ପୃକ୍ତ କର୍ମଚାରୀଙ୍କ ନିମନ୍ତେ ଥିବା ଅତ୍ୟାବଶ୍ୟକ ସୂଚନା ସମ୍ବଳିତ ବିଜ୍ଞପ୍ତି। ତେଣୁ, ଅନ୍ୟାନ୍ୟ ମାଧ୍ୟମ ଜରିଆରେ ଏଥିରେ ଥିବା ସୂଚନାଗୁଡ଼ିକର ପ୍ରସାରଣ ନ କରାଇ ଦେବା ଲାଗି ଏହାକୁ ଯଥେଷ୍ଟ ଆଗରୁ କାହାକୁ ଜଣାଇ ଦିଆଯାଇ ନ ଥାଏ।

ଅଗଷ୍ଟ ୩୦ ତାରିଖ ଦିନ ଶେଷ ଆମେରିକୀୟ ବିମାନ କାବୁଲ ବିମାନ ବନ୍ଦର ଛାଡ଼ିବା ବେଳେ ମଧ୍ୟ ଏହି ଧରଣର ଅନ୍ୟ ଗୋଟାଏ ବିଜ୍ଞପ୍ତି ଜାରି ହୋଇଥିଲା। ଏଥିରେ ଉଲ୍ଲେଖ ଥିଲା ଯେ, ସେଠାରେ ‘ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌’ କିଂବା ‘ଏୟାର୍‌ପୋର୍ଟସ୍‌ ସର୍ଭିସେସ୍‌’ ଉପଲବ୍ଧ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe