ଚନ୍ଦ୍ରପୃଷ୍ଟରେ ଅବତରଣ କରିଛି ବ୍ଲୁ ଘୋଷ୍ଟ ମହାକାଶଯାନ

Advertisment

ନାସାର ବ୍ଲୁ ଘୋଷ୍ଟ ମିସନରେ ସଫଳତା। ଚନ୍ଦ୍ରପୃଷ୍ଟରେ ଅବତରଣ କରିଛି ବ୍ଲୁ ଘୋଷ୍ଟ ମହାକାଶଯାନ। ପୃଥୀବି ଚାରିପଟେ ମାସଟେ କାଳ ବୁଲିବା ପରେ ଚନ୍ଦ୍ରରେ ପହଞ୍ଚଛି ନାସା ପକ୍ଷରୁ ଘରୋଇ ସଂସ୍ଥା ଫାୟାରଫ୍ଲାଇ ଏରୋସ୍ପେସ୍‌ର ‘ବ୍ଲୁ ଘୋଷ୍ଟ୍‌ ଲୁନାର୍‌ ଲ୍ୟାଣ୍ଡର୍‌।

Updated On

ନାସାର ବ୍ଲୁ ଘୋଷ୍ଟ ମିସନରେ ସଫଳତା। ଚନ୍ଦ୍ରପୃଷ୍ଟରେ ଅବତରଣ କରିଛି ବ୍ଲୁ ଘୋଷ୍ଟ ମହାକାଶଯାନ। ପୃଥୀବି ଚାରିପଟେ ମାସଟେ କାଳ ବୁଲିବା ପରେ ଚନ୍ଦ୍ରରେ ପହଞ୍ଚଛି ନାସା ପକ୍ଷରୁ ଘରୋଇ ସଂସ୍ଥା ଫାୟାରଫ୍ଲାଇ ଏରୋସ୍ପେସ୍‌ର ‘ବ୍ଲୁ ଘୋଷ୍ଟ୍‌ ଲୁନାର୍‌ ଲ୍ୟାଣ୍ଡର୍‌।

ଅଦ୍ୟତନ ହୋଇଛି
 Mashable India

ନୁଆଦିଲ୍ଳୀ: ନାସାର ବ୍ଲୁ ଘୋଷ୍ଟ ମିସନରେ ସଫଳତା। ଚନ୍ଦ୍ରପୃଷ୍ଟରେ ଅବତରଣ କରିଛି ବ୍ଲୁ ଘୋଷ୍ଟ ମହାକାଶଯାନ। ପୃଥୀବି ଚାରିପଟେ ମାସଟେ କାଳ ବୁଲିବା ପରେ ଚନ୍ଦ୍ରରେ ପହଞ୍ଚଛି ନାସା ପକ୍ଷରୁ ଘରୋଇ ସଂସ୍ଥା ଫାୟାରଫ୍ଲାଇ ଏରୋସ୍ପେସ୍‌ର ‘ବ୍ଲୁ ଘୋଷ୍ଟ୍‌ ଲୁନାର୍‌ ଲ୍ୟାଣ୍ଡର୍‌। ଆଜି ଚନ୍ଦ୍ରରେ ସଫଳ ଅବତରଣ କରି ଇତିହାସ ରଚିଛି। ଏହି ଅଭିଯାନ ଚନ୍ଦ୍ର ଅନୁସନ୍ଧାନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଏହା ନାସାର ବ୍ୟାପକ ଆର୍ଟେମିସ୍ କାର୍ୟ୍ୟକ୍ରମର ଏକ ଅଂଶ, ଯାହାର ଲକ୍ଷ୍ୟ ଚନ୍ଦ୍ରରେ ଏକ ନିରନ୍ତର ମାନବ ଉପସ୍ଥିତି ପ୍ରତିଷ୍ଠା କରିବ। ବ୍ଲୁ ଘୋଷ୍ଟ୍‌ ଚନ୍ଦ୍ରର ଏକ ବିଶାଳ ସମତଳ ଭୂମି ‘ମେର୍‌ କ୍ରିସିୟମଅଭିମୁଖେ ଯାତ୍ରା କରିଥିଲା ଏବଂ ଆଜି ଲକ୍ଷ୍ୟ ପୂରଣରେ ସଫଳ ହୋଇଛି।

ଏକ ପ୍ରାଚୀନ ଗ୍ରହାଣୁ ପ୍ରଭାବ ଦ୍ୱାରା ସୃଷ୍ଟି ହୋଇଥିବା ଏକ ବିଶାଳ ଖାଲରେ ଲାଭା ଭର୍ତ୍ତି ହେବାରୁ ଏହି ଅଞ୍ଚଳ ସୃଷ୍ଟି ହୋଇଥିଲା ଏବଂ ଏହା ବୈଜ୍ଞାନିକ ଗବେଷଣା ପାଇଁ ଏକ ଆଦର୍ଶ ସ୍ଥାନରେ ପରିଣତ ହୋଇଛି। ବ୍ଲୁ ଘୋଷ୍ଟ୍‌ ଲ୍ୟାଣ୍ଡରରେ ନାସାର  ବିଭିନ୍ନ ବୈଜ୍ଞାନିକ ଓ ବୈଷୟିକ ପେଲୋଡ୍ ରହିଛି। ଚନ୍ଦ୍ରପୃଷ୍ଠ ଏବଂ ମହାକାଶ ପରିବେଶର ବିଭିନ୍ନ ଦିଗ ଯଥା ଚନ୍ଦ୍ରର ଆଭ୍ୟନ୍ତରୀଣ ଅଂଶରୁ ଉତ୍ତାପ ପ୍ରବାହ ସହିତ  ଚନ୍ଦ୍ରର ଚୁମ୍ବକୀୟ ଏବଂ ବୈଦ୍ୟୁତିକ କ୍ଷେତ୍ରର ଅନୁସନ୍ଧାନ କରିବା ପାଇଁ ଏହି ପେଲୋଡ୍ ଡିଜାଇନ୍ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe