ରକ୍ଷଣାବେକ୍ଷଣ ସମସ୍ୟା ପାଇଁ ବିଳମ୍ବରେ ଉଡ଼ାଣ କରିବ ଆମେରିକାରୁ କୋଭିଡ୍ ସାମଗ୍ରୀ ସହିତ ଭାରତକୁ ଆସୁଥିବା ବିମାନ

Advertisment
ରକ୍ଷଣାବେକ୍ଷଣ ସମସ୍ୟା ପାଇଁ ବିଳମ୍ବରେ ଉଡ଼ାଣ କରିବ ଆମେରିକାରୁ କୋଭିଡ୍ ସାମଗ୍ରୀ ସହିତ ଭାରତକୁ ଆସୁଥିବା ବିମାନ

ndtv

ନୂଆଦିଲ୍ଲୀ: ଜରୁରୀକାଳୀନ ଜୀବନ ରକ୍ଷାକାରୀ ସାମଗ୍ରୀ ସହିତ ଭାରତ ଅଭିମୁଖେ ଯାତ୍ରା କରିବାକୁ ଥିବା ଆମେରିକାର ବାୟୁସେନା ବିମାନଗୁଡିକ ରକ୍ଷଣାବେକ୍ଷଣ ସମସ୍ୟା କାରଣରୁ ବିଳମ୍ବରେ ଉଡ଼ାଣ ଭରିବ।  ବୁଧବାର ପର୍ଯ୍ୟନ୍ତ ବିମାନ ଗୁଡ଼ିକ ଭାରତକୁ ଉଡ଼ାଣ କରି ପାରିବ ନାହିଁ ବୋଲି ସୂଚନା ମିଳିଛି।

ପେଣ୍ଟାଗନର ମୁଖପାତ୍ରଙ୍କ କହିବା ମୁତାବକ, ଅଷ୍ଟ୍ରାନ୍କମରୁ ଆମେ ସୂଚନା ଗ୍ରହଣ କରିଛୁ ଯେ ରକ୍ଷଣାବେକ୍ଷଣ ସମସ୍ୟା ହେତୁ ଭାରତକୁ ଉଡ଼ା କରିବାକୁ ଥିବା ବିମାନଗୁଡ଼ିକ ଅତି କମରେ ବୁଧବାର ପର୍ଯ୍ୟନ୍ତ ଉଡ଼ାଣ କରିପାରିବ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରୁ କେବଳ ଦୁଇଟି ବିମାନ ଆସି ଭାରତରେ ଅବତରଣ କରିଛି।

US flights to India with Covid supplies delayed till tomorrow - Oneindia  News Oneindia

ଭାରତକୁ ଆସିବାକୁ ଥିବା ବିମାନରେ କରୋନା ରୋଗୀଙ୍କ ପାଇଁ ଅମ୍ଲଜାନ ସିଲିଣ୍ଡର ଏବଂ ଅମ୍ଲଜାନ କନସେନଟ୍ରେଟର ଆସିବାର ଥିଲା। ତେବେ ଜୀବନ ରକ୍ଷାକାରୀ ସାମଗ୍ରୀ ସହିତ ଆସୁଥିବା ବିମାନର ଉଡ଼ାଣ ବିଳମ୍ବ ହେବା ଦ୍ବାରା ଏହା ଭାରତ ଉପରେ କିଭଳି ପ୍ରଭାବ ପକାଇବ, ସେ ବିଷୟରେ କୌଣସି ସୂଚନା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe