ଇସ୍ରାଏଲରେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ବ୍ଲିଙ୍କେନ୍, ପହଞ୍ଚିଲା ଆମେରିକାର ଅସ୍ତ୍ରଶସ୍ତ୍ର

Advertisment
ଇସ୍ରାଏଲରେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ବ୍ଲିଙ୍କେନ୍, ପହଞ୍ଚିଲା ଆମେରିକାର ଅସ୍ତ୍ରଶସ୍ତ୍ର

ତେଲ ଅଭିଭ୍ : ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଗୁରୁବାର ଇସ୍ରାଏଲର ତେଲ ଅଭିବ ସହରରେ ପହଞ୍ଚିଛନ୍ତି।  ଇସ୍ରାଏଲ ପ୍ରତି ଆମେରିକାର ଏକାତ୍ମବୋଧକୁ ପ୍ରଦର୍ଶନ କରିବା ପାଇଁ  ବ୍ଲିଙ୍କେନ୍ ମଧ୍ୟପ୍ରାଚ୍ୟ ଗସ୍ତ କରୁଛନ୍ତି।

ଇସ୍ରାଏଲରେ ପହଞ୍ଚିବା ପରେ ବ୍ଲିଙ୍କେନ୍ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଭେଟିଥିଲେ। ନେତାନ୍ୟାହୁଙ୍କୁ ଭେଟିବା ପରେ ବ୍ଲିଙ୍କେନ୍ ବୈଠକରେ କହିଛନ୍ତି, ଏବେ ଆମେ ଏକଜୁଟ ହୋଇ ଲଢ଼ିବୁ ।

ବ୍ଲିଙ୍କେନଙ୍କ ଇସ୍ରାଏଲ ଗସ୍ତକୁ ଏଠାରେ ଫସି ରହିଥିବା ଏବଂ ହାମାସ ଦ୍ୱାରା ବନ୍ଧକ ଥିବା ଆମେରିକୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଆମେରିକାର ଏକ ଉଦ୍ୟମ ଭାବେ ଦେଖାଯାଉଛି । ହମାସ ଦ୍ୱାରା ଅପହରଣ କରି ବନ୍ଧକ ରଖିଥିବା ଲୋକଙ୍କୁ ମୁକ୍ତ କରିବା ଏବଂ ଗାଜା ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଆମେରିକା ପକ୍ଷରୁ ଇସ୍ରାଏଲ ପାଇଁ ପଠାଯାଇଥିବା ଅସ୍ତ୍ରଶସ୍ତ୍ର ଇସ୍ରାଏଲରେ ପହଞ୍ଚିଛି । ଆସିଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ରହିଛି ମିସାଇଲ ପ୍ରତିରୋଧ ପ୍ରଣାଳୀ, ଗୋଳାବାରୁଦ, ରକେଟ୍ ଇତ୍ୟାଦି । ଏହା ସହିତ ଆମେରିକାର ଏକାଧିକ ଯୁଦ୍ଧପୋତ ଭୂମଧ୍ୟସାଗରରେ ଡେରା ପକାଇଛନ୍ତି । ବିଶେଷକରି ଇସ୍ରାଏଲର ଆଇରନ ଡୋମରେ ଲାଗୁଥିବା ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ଆମେରିକାରୁ ପହଞ୍ଚିଛି । ଆଗକୁ ଆହୁରି ସାମରିକ ସହାୟତା ପହଞ୍ଚିବ ବୋଲି ବ୍ଲିଙ୍କେନ୍ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe