ଯୁକ୍ତରାଷ୍ଟ୍ର ଆମେରିକା: ଆଇଓଓ୍ଵାରେ ଏକ ଭାରତୀୟ ପରିବାରର ଚାରିଜଣଙ୍କୁ ଗୁଳିମାରି ହତ୍ୟା

ଯୁକ୍ତରାଷ୍ଟ୍ର ଆମେରିକା: ଆଇଓଓ୍ଵାରେ ଏକ ଭାରତୀୟ ପରିବାରର ଚାରିଜଣଙ୍କୁ ଗୁଳିମାରି ହତ୍ୟା

Image Source: Hinduatan Times

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ଆଇଓଓ୍ଵାର ରାଜଧାନୀ ସହର ଡେସ୍‌ ମୋଇନ୍‌ଜ୍‌ ଠାରେ ଦୁଇ ଜଣ ବାଳକଙ୍କ ସମେତ ଚାରି ଜଣ ଭାରତୀୟଙ୍କୁ ଗୁଳି ମରାଯାଇ ହତ୍ୟା କରାଯାଇଛି।

ମୃତବ୍ୟକ୍ତିମାନେ ୪୪ ବର୍ଷିୟ ଚନ୍ଦ୍ରଶେଖର ସୁଙ୍କରା, ୪୧ ବର୍ଷୀୟ ଲାବଣ୍ୟା ସୁଙ୍କରା ଏବଂ ତାଙ୍କର ୧୦ ଓ ୧୫ ବର୍ଷର ଦୁଇଟି ପିଲା।
ମୃତ ଚନ୍ଦ୍ରଶେଖର ଆଇଓଓ୍ଵାର ସର୍ବସାଧରଣ ନିରାପତ୍ତା ବିଭାଗର ଟେକ୍ନୋଲଜି ସର୍ଭିସ ବ୍ୟୁରୋରେ କାମ କରୁଥିଲେ। ଲାବଣ୍ୟା ସଫ୍‌ଟେଓ୍ଵର୍‌ ଇଞ୍ଜିନିୟର୍‌।

publive-image Image Source: CNN

େଓ୍ଵଷ୍ଟ୍‍ ଡେସ୍‌ ମୋଇନିଜ୍‌ ପୁଲିସ କହିବା ଅନୁସାରେ, ଦୁଇଜଣ ପ୍ରାପ୍ତ ବୟସ୍କ ଏବଂ ଦୁଇଜଣ ପିଲା ଅତିଥି ଭାବେ ରହୁଥିଲେ। ଏମାନେ ନିହତ ହେବା କଥା ଜଣାପଡ଼ିବା ବେଳେ ବଞ୍ଚି ରହିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ସାହାଯ୍ୟ ପାଇଁ ବାହାରକୁ ଧାଇଁ ଆସିଥିଲେ। ପାଖରେ କେହିଜଣେ ଚାଲି ଚାଲି ଯାଉଥିବା ବ୍ୟକ୍ତିଙ୍କୁ ଉକ୍ତ ବ୍ୟକ୍ତିଜଣକ ଭେଟିଲେ। ସେ ବ୍ୟକ୍ତି ୯୧୧କୁ ଫୋନ୍‌ କରିଥିଲେ।

ଉକ୍ତ ପରିବାରକୁ ସାହାଯ୍ୟ କରିବା ପାଇଁ ସମ୍ପୃକ୍ତ ବିଭାଗ ଏବଂ ଭାରତୀୟ ଦୂତାବାସ ସହ ଯୁକ୍ତରାଷ୍ଟ୍ର ଆମେରିକାର ତେଲୁଗୁ ସଂଘ ଯୋଗାଯୋଗ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe