ଭାରତକୁ ଛଅଟି ଆପାଚି ଆଟାକ୍‌ ହେଲିକାପ୍ଟର୍‌ ବିକିବାକୁ ସମ୍ମତି ଦେଲା ଆମେରିକା

Advertisment
ଆଜି ବାୟୁସେନାରେ ସାମିଲ ହେବ ଆପାଚେ ହେଲିକପ୍ଟର, ଶତ୍ରୁଙ୍କର ହଜାଇବ ନିଦ

ଓ୍ଵାସିଂଟନ୍‌: ୯୩୦ ମିଲିୟନ୍‌ ଡଲାରରେ ଭାରତୀୟ ସେନାବାହିନୀକୁ ଯୁକ୍ତରାଷ୍ଟ୍ର ଆମେରିକା ସରକାର ଛଅଟି ଏଏଚ୍‌-୬୪ଇ ଆପାଚି ଆଟାକ୍‌ ହେଲିକାପ୍ଟର୍‌ ବିକିବା ନିମନ୍ତେ ରାଜିନାମା ସ୍ୱାକ୍ଷର କରିଛନ୍ତି ବୋଲି ମଙ୍ଗଳବାର ଦିନ ଗୃହ ବିଭାଗ କହିଛି।

ଆମେରିକୀୟ କଂଗ୍ରେସ୍‌ର ଅନୁମୋଦନ ଲାଭ କରିବାକୁ ଉକ୍ତ ରାଜିନାମାକୁ ପଠାଯାଇଛି। ଯଦି କୌଣସି ଆମେରିକୀୟ ସାଂସଦ ଆପତ୍ତି ନ କରନ୍ତି କଥା ଆଗେଇବ।

ବୋଇଙ୍ଗ୍‌ ଏବଂ ଭାରତୀୟ ଅଂଶୀଦାର ଟାଟା ଭାରତର ଏକ କାରଖାନାରୁ ଆପାଚି ଫ୍ୟୁଜ୍‌ଲେଗ୍‌ସ୍‌ ଉତ୍ପାଦନ ଆରମ୍ଭ କରିଛି। କିନ୍ତୁ ମଙ୍ଗଳବାରର ଅନୁମୋଦନ ଫଳରେ ସମୁଦାୟ ହେଲିକାପ୍ଟର୍‌ ଆମେରିକାରେ ନିର୍ମିତ ହୋଇ ଆସିବ।

ୟୁଏସ୍‌ ଆର୍ମସ୍‌, ଲକ୍‌ହିଡ୍‌ ମାର୍ଟିନ୍‌, ଜେନେରାଲ୍‌ ଇଲେକ୍‌ଟ୍ରିକ୍‌ ଏବଂ ରେଥିଓନ୍‌ ହେଉଛନ୍ତି ଏହାର ପ୍ରମୁଖ କଣ୍ଟ୍ରାକ୍ଟର୍‌।

ହେଲିକାପ୍ଟର୍‌ ସହ ଆମେରିକାର ଗୃହ ବିଭାଗ ୪ଟି ଏନ୍‌/ଏପିଜି-୭୮ ଫାୟାର୍‌ କଣ୍ଟ୍ରୋଲ୍‌ ରାଡାର୍‌, ୧୮୦ ଏଜିଏମ୍‌-୧୧୪ଏଲ୍‌-୩ ହେଲ୍‌ଫାୟାର୍‌ ଲଙ୍ଗ୍‌ବୋ ମିସାଇଲ୍‌, ୯୦ ଏଜିଏମ୍‌-୧୧୪ଆର୍‌-୩ ହେଲ୍‌ଫାୟାର୍‌ ଟୁ ମିସାଇଲ୍‌, ୨୦୦ ଷ୍ଟିଙ୍ଗର୍‌ ବ୍ଲକ୍‌ ଓ୍ଵାନ୍‌-୯୨ଏଚ୍‌ ମିସାଇଲ୍‌, ଏମ୍ବେଡେଡ୍‌ ଜିପିଏସ୍‌ ଇଣ୍ଟର୍‌ସିଆଲ୍‌ ନେଭିଗେସନ୍‌ ସିଷ୍ଟମ୍‌, ୩୦ ଏମ୍‌ ଏମ୍‌ କମାଣ, ଟ୍ରାନ୍‌ସ୍‌ପୋଣ୍ଡର୍‌, ସିମୁଲେଟର୍‌ର୍ସ, ତାଲିମ ଉପକରଣ ଆଦି ବିକ୍ରୟ କରିବାକୁ ଅନୁମୋଦଦ ଦେଇଛି ଆମେରିକା।

ସମୁଦାୟ କାରବାର ମୁୂଲ୍ୟପ୍ରାୟ ୯୩୦ ମିଲିୟନ୍‌ ଡଲାର୍‌ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe