ଆମେରିକାର ଇଣ୍ଡିଆନା ମଲ୍‌ ଗୁଳିକାଣ୍ଡରେ  ୩ ନିହତ; ଆତତାୟୀକୁ ଗୁଳି ମାରି ହତ୍ୟା କଲେ ସାଧାରଣ ନାଗରିକ

Advertisment
ଆମେରିକାର ଇଣ୍ଡିଆନା ମଲ୍‌ ଗୁଳିକାଣ୍ଡରେ  ୩ ନିହତ; ଆତତାୟୀକୁ ଗୁଳି ମାରି ହତ୍ୟା କଲେ ସାଧାରଣ ନାଗରିକ

Image Courtesy of ABC News

ଗ୍ରିନ୍‌ଉଡ୍‌: ରବିବାର ସନ୍ଧ୍ୟା ବେଳେ ଏକ ଇଣ୍ଡିଆନା ମଲ୍‌ର ‘ଫୁଡ୍‌ କୋର୍ଟ’ରେ ଜଣେ ରାଇଫଲ୍‌ଧାରୀ ବ୍ୟକ୍ତି ଗୁଳି ଚଳାଇବାରୁ ୩ଜଣ ବ୍ୟକ୍ତି ନିହତ ହୋଇଥିବା ବେଳେ ଆଉ ୨ଜଣ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।

ପୁଲିସ ଆହୁରି ମଧ୍ୟ କହିଛି, ଜଣେ ସଶସ୍ତ୍ର ସାଧାରଣ ନାଗରିକଙ୍କ ଗୁଳି ଚୋଟରେ ଉକ୍ତ ରାଇଫଲ୍‌ଧାରୀ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ପ୍ରାପ୍ତ ସୂଚନା ଅନୁସାରେ, ଇଣ୍ଡିଆନାର ‘ଗ୍ରିନ୍‌ଉଡ୍‌ ପାର୍କ ମଲ୍‌’ରେ ଉପରୋକ୍ତ ଘଟଣାଟି ଘଟିଛି। ଗ୍ରିନ୍‌ଉଡ୍‌ ପୁଲିସ ବିଭାଗର ମୁଖ୍ୟ ଜିମ୍‌ ଆଇସନ୍‌ କହିଛନ୍ତି ଯେ, ୨ ଆହତଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ୨ ଆହତଙ୍କ ମଧ୍ୟରେ ଅଛନ୍ତି ଜଣେ ୧୨ ବର୍ଷୀୟ ବାଳିକା।

publive-image Image Courtesy of India Today

ଆତତାୟୀଙ୍କୁ ହତ୍ୟା କରିଥିବା ବ୍ୟକ୍ତିଜଣକ ହେଉଛନ୍ତି, ନିକଟସ୍ଥ ବାର୍ଥୋଲୋମିଉ କାଉଣ୍ଟିନିବାସୀ ଜଣେ ୨୨ ବର୍ଷିୟ ଯୁବକ। ସେ ହିଁ ଆଜିର ପ୍ରକୃତ ହିରୋ ବୋଲି ଆଇସନ୍‌ କହିଛନ୍ତି।

ମେୟର୍‌ ମାର୍କ ମାୟେର୍ସ ଗଣମାଧ୍ୟମକୁ କହିଛନ୍ତି, ଗ୍ରିନ୍‌ଉଡ୍‌ ପୁଲିସ ଘଟଣାସ୍ଥଳକୁ ନିୟନ୍ତ୍ରଣ କରି ରଖିଛି। କମାଣ୍ଡ୍‌ ପୋଷ୍ଟ୍‌ ସହିତ ମୁଁ ନିଜେ କଥାବାର୍ତ୍ତା କରିଥିଲି। ଆଉ କିଛି ବିପଦ ନାହିଁ ବୋଲି ସେ କହିଛନ୍ତି।

ପ୍ରାପ୍ତ ବୟସ୍କ ରାଇଫଲ୍‌ଧାରୀଜଣକ ଗୁଳିକାଣ୍ଡ ଘଟାଇବାର ଉଦ୍ଦେଶ୍ୟ ସଂକ୍ରାନ୍ତରେ କିଛି ଜଣାପଡ଼ିନାହିଁ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe