ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ମହାଅଭିଯୋଗ: ସଂସଦରେ ବୁଧବାର ହେବ ଭୋଟ ଗ୍ରହଣ

Advertisment
ପ୍ରତିନିଧି ସଭାରେ ମହାଭିଯୋଗ ଗୃହୀତ: ସିନେଟ୍‌ ନିର୍ଣ୍ଣୟ କରିବ ଟ୍ରମ୍ପ୍‌ଙ୍କ ଭାଗ୍ୟ

ABC News

ଓ୍ଵାଶିଂଟନ୍‌: ଆମେରିକାର ସଂସଦ ଭବନ, କ୍ୟାପିଟାଲ ବିଲଡିଂରେ ହିଂସାକାଣ୍ଡ ଭିଆଇବାକୁ ନିଜ ସମର୍ଥକମାନଙ୍କୁ ଉସୁକାଇ ଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆମେରିକାର ସଂସଦରେ ମହାଅଭିଯୋଗ ଆଗତ ହୋଇଛି। ରାଷ୍ଟ୍ରପତି ପଦରୁ ତୁରନ୍ତ ଡୋନାଲ୍ଡ ଟ୍ରମ୍ପଙ୍କୁ ହଟାଇବା ପାଇଁ ଡେମୋକ୍ରାଟିକ୍‌ ଦଳ ପକ୍ଷରୁ ଏହି ମହାଅଭିଯୋଗ ପ୍ରସ୍ତାବକୁ ଆଗତ କରାଯାଇଛି। ଡେମୋକ୍ରାଟିକ୍‌ ଦଳ ନିୟନ୍ତ୍ରଣରେ ଥିବା ପ୍ରତିନିଧି ସଭାରେ ଆଗତ ମହାଅଭିଯୋଗ ଉପରେ ଆସନ୍ତା ବୁଧବାର ଦିନ ଭୋଟ ଗ୍ରହଣ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଜାଣିବାକୁ ମିଳିଛି।

ଏହା ପୂର୍ବରୁ ସମ୍ବିଧାନର ୨୫ତମ ସଂଶୋଧନ ବଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଯୋଗ୍ୟ ଘୋଷଣା କରିବା ନିମନ୍ତେ ସଂସଦରେ ଏକ ପ୍ରସ୍ତାବ ଆଗତ ହୋଇଥିଲା। ଏହା ଉପରେ ତୁରନ୍ତ ଭୋଟ ଗ୍ରହଣ ପାଇଁ ମଧ୍ୟ ବାବି କରା ଯାଇଥିଲା। ହେଲେ, ରିପବ୍ଲିକାନ୍‌ ଦଳ ପକ୍ଷରୁ ଏହାକୁ ଅଟକାଇ ଦିଆ ଯାଇଥିଲା। ଏହି ଘଟଣା ପରେ ଡେମୋକ୍ରାଟିକ୍‌ ଦଳ ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଗତ କରାଯାଇଛି।

publive-image TRT World

ଉଲ୍ଲେଖଯୋଗ୍ୟ, କ୍ୟାପିଟାଲ ବିଲଡିଂ ହିଂସା ପରେ ଆମେରିକାରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବା ଲାଗି ସ୍ୱର ଶାଣିତ ହେବାରେ ଲାଗିଛି। ପ୍ରତିନିଧି ସଭାର ବାଚସ୍ପତି ନାନ୍ସି ପେଲୋସି, ଉପରାଷ୍ଟ୍ରପତି ମାଇକ ପେନ୍ସ ଟ୍ରମ୍ପଙ୍କ ବିରୋଧରେ ଆମେରିକୀୟ ସମ୍ବିଧାନର ୨୫ତମ ସଂଶୋଧନକୁ ଉପଯୋଗ କରି ତୁରନ୍ତ ତାଙ୍କୁ କ୍ଷମତାରୁ ହଟାନ୍ତୁ ବୋଲି ଦାବି କରି ଆସୁଛନ୍ତି। ପେନ୍ସଙ୍କ ଏହି ପଦକ୍ଷେପ ଫଳରେ ଟ୍ରମ୍ପ ରାଷ୍ଟ୍ରପତି ପରିବର୍ତ୍ତେ କାମଚଳା ରାଷ୍ଟ୍ରପତି ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe