ରୁଷୀୟ ଯୁଦ୍ଧପୋତ ‘ମୋସ୍କଭା’ର ଅବସ୍ଥିତି ବିଷୟରେ ଆମେରିକୀୟ ଗୁଇନ୍ଦାଠାରୁ ସୂଚନା ପାଇ ଆକ୍ରମଣ କରିଥିଲା ୟୁକ୍ରେନ୍‌: ରିପୋର୍ଟ

Advertisment
ରୁଷୀୟ ଯୁଦ୍ଧପୋତ ‘ମୋସ୍କଭା’ର ଅବସ୍ଥିତି ବିଷୟରେ ଆମେରିକୀୟ ଗୁଇନ୍ଦାଠାରୁ ସୂଚନା ପାଇ ଆକ୍ରମଣ କରିଥିଲା ୟୁକ୍ରେନ୍‌: ରିପୋର୍ଟ

Image Courtesy of India Today

ନୂଆଦିଲ୍ଲୀ: କୃଷ୍ଣସାଗରରେ ଅଗ୍ରଣୀ ରୁଷୀୟ ଯୁଦ୍ଧପୋତ ‘ମୋସ୍କଭା’ର ଅବସ୍ଥିତି ବିଷୟରେ ଆମେରିକୀୟ ଗୁଇନ୍ଦାଠାରୁ ସୂଚନା ପାଇବା ପରେ ୟୁକ୍ରେନ୍‌ ଆକ୍ରମଣ କରି ତାହାକୁ ବୁଡ଼ାଇ ଦେଇଥିଲା ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ସମ୍ବାଦପତ୍ର ‘ଦି ଗାର୍ଡିଆନ୍‌’କୁ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, କୃଷ୍ଣସାଗରରେ ଥିବା ରୁଷୀୟ ଯୁଦ୍ଧପୋତକୁ ‘ଆଣ୍ଟି-ସିପ୍‌ ମିସାଇଲ୍‌’ ନିକ୍ଷେପ କରି ନଷ୍ଟ କରିଦେବା ଲାଗି ୟୁକ୍ରେନ୍‌ ନିଷ୍ପତ୍ତି ନେଇଥିଲା। କିନ୍ତୁ, ସେ ଯୁଦ୍ଧପୋତର ଅବସ୍ଥିତି ଏବଂ ଅନ୍ୟାନ୍ୟ ବହୁ ସୂଚନା ଯୋଗାଇ ଦେଇଥିଲା।

publive-image Image Courtesy of CNN

ରୁଷୀୟ ଆକ୍ରମଣକୁ ପ୍ରତିରୋଧ କରିବା ଲାଗି ୟୁକ୍ରେନ୍‌ ପାଶ୍ଚାତ୍ୟ ରାଷ୍ଟ୍ର ଠାରୁ ଅଧିକ ସହାୟତା ପାଇଁ ଅନୁରୋଧ କରିବାରୁ ବାଇଡେନ୍‌ ପ୍ରଶାସନ ଚାପଗ୍ରସ୍ତ ହୋଇ ଏ ଭଳି କରୁଥିବା ସନ୍ଦେହ କରାଯାଉଛି। ଏହାଛଡ଼ା, ବାଇଡେନ୍‌ ମସ୍କୋ ଉପରେ ଯେଉଁ କଟକଣା ଜାରି କରିଥିଲେ ତାହା ଲୋକଦେଖାଣିଆ ବୋଲି ଆମେରିକୀୟମାନଙ୍କର ମନେହୋଇଥିଲା। ତେଣୁ, ୟୁକ୍ରେନ୍‌କୁ ସାମରିକ ସହାୟତା ପ୍ରଦାନ କରିବାକୁ ଯାଇ ଆମେରିକା ‘ମସ୍କୋଭା’ର ଉପସ୍ଥିତି ସଂକ୍ରାନ୍ତରେ ତଥ୍ୟାବଳି ଦେଇଥିଲା ବୋଲି କୁହାଯାଉଛି।

ମାତ୍ର ରୁ‌ଷ୍‌ କହିବା ଅନୁସାରେ, ‌ବିସ୍ଫୋରଣ ପରେ ନିଆଁ ଲାଗିଯିବାରୁ ‘ମୋସ୍କଭା’କ୍ଷତିଗ୍ରତ ହୋଇଥିଲା ଏବଂ ତୋଫାନିଆ ପାଗରେ ଗୋଟାଏ ବନ୍ଦରକୁ ଟଣା ହୋଇଯିବା ବେଳେ କୃଷ୍ଣସାଗରରେ ବୁଡ଼ି ଯାଇଥିଲା। କିନ୍ତୁ,‘ମୋସ୍କଭା’ ବୁଡ଼ି ପରେ ରୁଷ୍‌ ୟୁକ୍ରେନ୍‌ରେ ଯେଭଳି ଆକ୍ରମଣ ଯୋର୍‌ଦାର୍‌ କରିଛି ସେଥିରୁ ଜଣାପଡୁଛି ୟୁକ୍ରେନ୍‌ର କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ହିଁ ଯୁଦ୍ଧପୋତ ବୁଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe